ପଠାଣି ସାମନ୍ତ ଗଣିତ ପ୍ରତିଭା ରେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶତ ପ୍ରତିଶତ ସଫଳତା

0 1,083

ଫୁଲବାଣୀ :

ଚଳିତ ବର୍ଷର ସରକାରୀ ସ୍ତରୀୟ ପଠାଣି ସାମନ୍ତ ଗଣିତ ପ୍ରତିଭା ରେ ଶତ ପ୍ରତିଶତ ସଫଳତା ହାସଲ କରିବାରେ ସକ୍ଷମ ହୋଇପାରିଛି ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର । ପୂର୍ବରୁ ଅନେକ ବୃତ୍ତି ପରୀକ୍ଷାରେ ଅହେତୁକ ସଫଳତା ଲାଭ କରି ଚର୍ଚ୍ଚାରେ ରହି ଆସୁଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଜି ଜିଲ୍ଲା ସ୍ତରରେ ରେକର୍ଡ ବ୍ରେକ କରି ପୁଣି ଚର୍ଚ୍ଚାର ପରିସରକୁ ଆସିଯାଇଛି । କାରଣ ଷଷ୍ଠ ଶ୍ରେଣୀର ୧୦/୧୦ଜଣ ଛାତ୍ରଛାତ୍ରୀ, ନବମ ଶ୍ରେଣୀର ୭/୭ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

hiring

ସେମାନଙ୍କ ମଧ୍ୟରେ ଷଷ୍ଠ ଶ୍ରେଣୀର, ଅର୍ଚ୍ଚିତା ଲହରିଆ, ସୁପ୍ରିୟା ପାତ୍ର, ସାଇ ଶ୍ରୀୟା ସାହୁ, ଶୁଭସ୍ମିତା ସାହୁ, ଡି. ଜ୍ୟୋତିର୍ମୟୀ, ବିକାଶରଞ୍ଜନ କର, ଭବିଷ୍ୟ ସୂଚକ ସାହୁ, ଆଦ୍ୟାଶା ଶତପଥି, ଜ୍ୟୋତିରଞ୍ଜନ ଶର୍ମା, ଶୁଭମ ସେଠୀ କୃତିତ୍ୱ ହାସଲ କରିଥିବା ବେଳେ ନବମ ଶ୍ରେଣୀର ଶ୍ରାବଣୀ ଦାଶ, ସୁପ୍ରିୟା ପଟ୍ଟନାୟକ, ଅଜୟ କୁମାର ବେହେରା, କଲ୍ୟାଣି ସ୍ୱାଇଁ, ସନ୍ତୋଷି ସାହୁ, ନୟନା ବେହେରା, ଦଧିବାମନ ଦାଶ ଆଦି ଛାତ୍ରଛାତ୍ରୀ ଅଦ୍ଭୁତପୂର୍ବ ସଫଳତା ଅର୍ଜନ କରିବାକୁ ସମର୍ଥ ହୋଇପାରିଛନ୍ତି । ଉକ୍ତ ପରୀକ୍ଷାରେ ଜିଲ୍ଳା ସ୍ତରରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ।

ପଠାଣି ସାମନ୍ତ ଗଣିତ ପ୍ରତିଭା ଦ୍ଵାରା ବିଦ୍ୟାଳୟର ଗର୍ବ ଓ ଗୌରବ ଆଣିଦେଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀ, ସଭାପତି ହରିଶ୍ଚନ୍ଦ୍ର ମହାରଣା ଓ ସମ୍ପାଦକ ବିରଂଚି ନାରାୟଣ ମିଶ୍ରଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟବୃନ୍ଦ, ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ଅଭିଭାବକ ବୃନ୍ଦ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି । ତତ୍‌ ସଙ୍ଗେ ସଙ୍ଗେ ଗଣିତ ବିଷୟର ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରିଛନ୍ତି ବିଦ୍ୟାଳୟର ସମ୍ପାଦକ,ସଭାପତି ଓ ପରିଚାଳନା କମିଟି ।

hiranchal ad1
Leave A Reply

Your email address will not be published.

1 × 2 =