ପ୍ରଶାସନ ଶୁଣିଲାନି, ରାସ୍ତା ମରାମତି କଲେ ଅଞ୍ଚଳବାସୀ

0 455

ପାଟଣାଗଡ :

ବଲାଙ୍ଗିର ଜିଲା ପାଟଣାଗଡ଼ ସଦର ରେ ପ୍ରଶାସନ ଶୁଣିଲାନି, ଶେଷରେ ରାସ୍ତା ମରାମତି କଲେ ଅଞ୍ଚଳବାସୀ ଏହି ଗ୍ରାମ ମହକୁମାରୁ ମାତ୍ର ୧୪ କିମି ଦୁରତ୍ୱ ରେ ରହିଛି ସାଲେପାଲି ପଞ୍ଚାୟତ ଅନ୍ତର୍ଗତ ନିଜିଲିବାହାଲ ଗ୍ରାମ । ନିଜିଲିବାହାଲରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ମାତ୍ର ଏକ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ପଡ଼ି ରହିଥିବା ପ୍ରତି ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ଜିଲ୍ଲ ପ୍ରଶାସନ, ବିଧାୟକ , ସାଂସଦଙ୍କ ପର୍ଯ୍ୟନ୍ତ ଜଣାଇଥିଲେ । ପ୍ରଶାସନ ଶୁଣିଲାନି ଶେଷରେ ନିଜ ଉଦ୍ୟମରେ ରାସ୍ତା ମରାମତି କଲେ ଅଞ୍ଚଳବାସୀ ।

hiring

ଅଞ୍ଚଳର ସ୍ୱେଚ୍ଛାକୃତ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅଞ୍ଚଳର ନୀଳଜୀବାହାଲା, ତୁର୍ଲାମାଲ୍‌, ଖଲିଆ, ବାବେଜୁରୀ, ଜାମ ବାହାଲ, ଗାଁର ଗ୍ରାମବାସୀ ଏହି ଶ୍ରମଦାନରେ ପ୍ରତ୍ୟେକ ଘରୁ ସାମିଲ ହୋଇଥିବା ବେଳେ ଅଞ୍ଚଳର କେତେ ଜଣ ବଦଦାନ୍ୟ ବ୍ୟକ୍ତି ତଥା ସ୍ୱେଚ୍ଛାସେବୀ ଜତି ପ୍ରଧାନ, ଗିରିରାଜ ଭୋଇ, ମନୋଜ ଲୁହ, ବସନ୍ତ ଗରୁଡ଼, ହେମ ସାଗର ଭୋଇ, ସାଲେପାଲିର ପୂର୍ବତନ ସରପଞ୍ଚ ଧବଳେଶ୍ୱର ଭୋଇ, କାର୍ତ୍ତିକ ବିଶ୍ୱାଳ, କୌତୂକ ସାହୁ, ସୋମନାଥ ଦୀପ, ଲୋକନାଥ ବୁଡେକ, ଦ୍ୱାରୁ ବରିହା ପ୍ରମୁଖଙ୍କ ସହଯୋଗରେ ବିଶେଷଙ୍କ ସହାୟତା ରାଶିରେ ଟ୍ରାକ୍ଟର ଲଗାଇ ୪ କିମି ଦୂରରୁ ମୋରମ୍‌ ଆଣି ଖାଲ ଢିପ ସମତୁଲ କରି ମୋରମ ବିଛାଇ ରାସ୍ତାକୁ ବ୍ୟବହାର ଉପଯୋଗୀ କରିଛନ୍ତି ।

ଏବେ ଅନ୍ତତଃ ଛାତ୍ର ଛାତ୍ରୀମାନଙ୍କୁ କପାଣି ବସଷ୍ଟାଣ୍ଡକୁ ପହଞ୍ଚି ପାଟଣାଗଡ଼ ଓ ବେଲପଡା ସ୍କୁଲ କଲେଜକୁ ଯାଇପାରିବେ, ଲୋକଙ୍କ ଯାତାୟାତରେ, ରୋଗୀଙ୍କୁ ହସ୍ପିଟାଲ୍‌କୁ ପହଞ୍ଚାଇବାରେ ରାସ୍ତାଟି ବାଧକ ହେବନାହିଁ । ସ୍ୱେଚ୍ଛାସେବୀ ତଥା, ସମାଜସେବୀଙ୍କ ଉଦ୍ୟମ ସହ ନିଲିଜିବାହାଲ ଗ୍ରାମବାସୀଙ୍କ ଏହି ଉଦ୍ୟମ ବେଶ ପ୍ରଶଂସିତ ହେଉଛି । ତେବେ ରାସ୍ତାର ସ୍ଥାୟୀ ମରାମତି ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଅଧିକ ଜାଣିବା ପାଇଁ ଆମ ସହ ଯୋଡୋ ରୁହନ୍ତୁ ହିରାଞ୍ଚଳ ନିଉଯ ରେ ଏବଂ ଆମ ଫେସବୁକ ପେଜ ରେ ।

hiranchal ad1
Leave A Reply

Your email address will not be published.

1 × 1 =