ଫିକିର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

0 67

ଭୁବନେଶ୍ୱର : ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି । ଆଜି ମୁମ୍ୱାଇରେ ବସିଥିବା ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି । ଡିସେମ୍ୱର ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ସଞ୍ଜୀବ ମେହେଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ଶ୍ରୀ ପଣ୍ଡା ବର୍ତ୍ତମାନ ଫିକିର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଅଛନ୍ତି । ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ‘ଫିକି ଇଣ୍ଡିଆ’ର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡିଆ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ନେବେ । ଉଲ୍ଲେଖଯୋଗ୍ୟ, ଶ୍ରୀ ପଣ୍ଡା ‘ଫିକି’ ସହିତ ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ କାର୍ଯ୍ୟ ସହ ଜଡିତ ଅଛନ୍ତି । ସେ ‘ଫିକି’ ଓଡିଶାର ପ୍ରଥମ ରାଜ୍ୟ ଅଧ୍ୟକ୍ଷ ହେବା ସହିତ ଜାତୀୟ ମାନୁଫାକ୍‌ଚରିଂ କମିଟିର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି । ୨୦୧୭-୧୮ ମସିହାରେ ଆନ୍ତର୍ଜାତିକ ଚାମ୍ୱର ଅଫ୍‌ କମର୍ସର ଇଣ୍ଡିଆ ଚାମ୍ୱର ସଭାପତି ପଦ ଓ ୨୦୧୩-୧୫ ମସିହାରେ ପ୍ୟାରିସ୍‌ ସ୍ଥିତ ଇଣ୍ଟରନେସନାଲ୍‌ କ୍ରୋମିଅମ୍‌ ଡେଭଲପ୍‌ମେଣ୍ଟ ଆସୋସିଏସନ୍‌(ଆଇସଡିଏ)ର ସଭାପତି ପଦ ନିର୍ବାହ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 6 =