ବିଏସ୍ଏଫ୍ ୧୩୬ ବିଟାଲିୟନ୍ ଦ୍ବାରା ଜନସମ୍ପର୍କ ଶିବିର

0 46

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାଡ଼ିଙ୍ଗିଆଠାରେ ଅବସ୍ଥାପିତ ବିଏସ୍ଏଫ୍ ୧୩୬ ବାଟାଲିୟନ୍ ଦ୍ବାରା ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡାଣ୍ଟ୍ ମାନସ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ କମାଣ୍ଡାଣ୍ଟ୍ ନିର୍ମଳ ଚନ୍ଦ୍ର ଦାସ, ଅକ୍ଷୟ କୁମାର ସିଂ,ସବ୍ ଇନ୍ସପେକ୍ଟର ସଞ୍ଜୟ କୁମାର,ଏ.ଏସ୍.ଆଇ ଜି.ଉପେନ୍ଦ୍ର ସିଂ ଙ୍କ ସମେତ ୭୦ ଜଣ ବିଏସ୍ଏଫ୍ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଅଞ୍ଚଳର ଜନସାଧାରଣଙ୍କୁ ବିଭିନ୍ନ ଘରକରଣା ସାମଗ୍ରୀ ସହ ବସ୍ତ୍ର ବଣ୍ଟନ କରାଯାଇଥିଲା । ଅଞ୍ଚଳବାସୀଙ୍କ ସହ ସୁରକ୍ଷାକର୍ମୀଙ୍କ ସମ୍ପର୍କ ସୁଦୃଢ଼ କରିବା ସହ ପୋଲିସକୁ ଭୟ ନକରି ସମସ୍ତ ଦୁଃଖ ସୁଖ ଆଦାନ ପ୍ରଦାନ କରିବା ଏବଂ ସେସବୁକୁ ସମାଧାନ କରିବା ବିଏସ୍ଏଫ୍ ପକ୍ଷରୁ ଏହି ପ୍ରୟାସ ବୋଲି କହିଛନ୍ତି ବିଏସ୍ଏଫ୍ କମାଣ୍ଡାଣ୍ଟ୍ ।

hiranchal ad1
Leave A Reply

Your email address will not be published.

one × two =