ବ୍ରତୋପନୟନ ର ୩ଦିନ ପରେ ନବବଟୁଙ୍କ ମୃତ୍ୟୁ

0 21

ସମ୍ବଲପୁର : ଟ୍ରାକ୍ଟର ଧକ୍କାରେ ନବବଟୁ ଆରୁଷଙ୍କ ମୃତ୍ୟୁ, ଅଞ୍ଚଳବାସୀ କ୍ଷୁବ୍ଧ I ସମ୍ବଲପୁର ଗୋପାଳମାଳ ଅଞ୍ଚଳର ସୁଧୀର ଚାନ୍ଦଙ୍କ ଏକମାତ୍ର ପୁଅ ଅଂଶ ଓରଫ ଆରୁଷ (୧୩)ଙ୍କ ଗତ ଶୁକ୍ରବାର କେତେ ହସଖୁସିରେ ଶୁଭ ବ୍ରତୋପନୟନ ହୋଇଥିବାବେଳେ,ସୋମବାର ମାମୁଁଘର ବୁର୍ଲାଥାନା କଳାମାଟିକୁ ବାହୁଡା଼ଯାତ୍ରା ଦେଖିବାକୁ ଆସିଥିଲେ l ହେଲେ ଭଗବାନଙ୍କ ଇଛା ବୋଧହୁଏ ନଥିଲା, ପାଦରୁ ଅଳତା ନ ଲିଭୁଣୁ ଆରୁଷ ଏକ ସ୍କୁଟିରେ କଳାମାଟିରୁ ଗୋଶାଳା ଆସୁଥିବାବେଳେ, ଏକ ଟ୍ରାକ୍ଟର ଧକ୍କାରେ ଗୁରୁତର ହୋଇ ରାସ୍ତା ରେ ପଡ଼ିଥିଲେ l ସ୍ଥାନୀୟ ଲୋକଙ୍କ ସହାୟତା ଓ ପୋଲିସ ଉଦ୍ୟମ କ୍ରମେ ବୁର୍ଲା ବଡ଼ ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ଆରୁଷଙ୍କ ମୃତ୍ୟୁ ଘୋଷଣା କରିଥିଲେ l ଘଟଣାଟି ପ୍ରଚାରିତ ହେବାପରେ ପରିବାରବର୍ଗ, ବନ୍ଧୁ, ପରିଜନ ପହଂଚିଥିବାବେଳେ, ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯାଇ ଆରୁଷଙ୍କ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଥିଲେ l ପ୍ରକାଶ ଥାଉକି ବିଜେଡି ପୂର୍ବତନ ନେତା ସ୍ବର୍ଗତ କାହ୍ନୁଚରଣ ମିଶ୍ରଙ୍କ ନାତି ଥିଲେ l ବିଳମ୍ବିତ ରାତିରେ ବିଧାୟକ ଜିଲ୍ଲାପାଳଙ୍କ କଥା ବାର୍ତ୍ତା ପରେ ଶବ ବ୍ୟବଚ୍ଛେଦ ରାତି ୧୧ଟାରେ ହୋଇଥିଲା l ଏନେଇ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଥିବାବେଳେ, ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ଟ୍ରାକ୍ଟର ଚାଳକଙ୍କୁ ଅଟକ ରଖି ଘଟଣା ର ଅଧିକ ତଦନ୍ତ ଜାରିରଖିଛି l ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

hiranchal ad1
Leave A Reply

Your email address will not be published.

13 + 8 =