ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା

0 185

ଫୁଲବାଣୀ :ଓଡିଶା ସରକାରଙ୍କର ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ବ୍ଲକ ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥାର ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ଭବନ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀସରୋଜବାଳା ଆଚାର୍ଯ୍ୟ , ସମ୍ମାନିତ ଅତିଥି ଭାବେ ସୁନୀଲ କୁମାର ମଲ୍ଲିକ ମିଶନ ଶକ୍ତି, କନ୍ଧମାଳ, ପ୍ରବୀଣ କୁମାର ବଣୁଆ ,ଗୋଷ୍ଠି ଉନ୍ନୟନ ଅଧିକାରୀ, ଫୁଲବାଣୀ ଏବଂ ଶ୍ରୀମତୀ ସୁବର୍ଣମାଳା ନାୟକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଫୁଲବାଣୀ , ମୁଖ୍ୟ ବକ୍ତା ଭାବେ ହରେକୃଷ୍ଣ ଜେନା , ଅଗ୍ରୀମ ଜିଲ୍ଲା ବ୍ୟାଙ୍କ ଅଧିକାରୀ, କନ୍ଧମାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିମତ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀମତୀ ପ୍ରତିମା ସାହାଣୀ, ସଭାନେତ୍ରୀ,ବ୍ଲକସ୍ତରୀୟ ମହା ସଂଘ ଫୁଲବାଣୀ ଓ କୁମାରୀ କମଳା ବେହେରା, ସଭାନେତ୍ରୀ, ସୁରଭି ମହା ସଂଘ, ଅର୍ବାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ବ୍ୟାଙ୍କ ଋଣ ଗ୍ରହଣ ଏବଂ ସୁଧ ଫେରସ୍ଥ ସହ ଉକ୍ତ ଅର୍ଥ ରାଶିକୁ ଜୀବନ ଜୀବିକା କାର୍ଯ୍ୟରେ ସଦୁପୋଯୋଗ କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମକୁ ବ୍ଲକ ପ୍ରକଳ୍ପ ସଂଯୋଜିକା, ମିଶନ ଶକ୍ତି , ସିଟି ମିସନର ଦେବଦତ୍ତ ଧିର ବିଶୋୟୀ, ଶ୍ରୀମତୀ ଦିପ୍ତିରାଣୀ ପଟ୍ଟନୟକ, ବ୍ଲକ ପ୍ରକଳ୍ପ ପରିଚାଳକ ସୁଶାନ୍ତ କୁମାର ଲେଙ୍କା ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୨୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଯୋଗଦାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କ ଋଣ, ସୁଧ ଫେରସ୍ତ ବ୍ୟବସ୍ଥା, ସରକାରଙ୍କ ବିଏସ୍‌କେୱାଇ ଯୋଜନା , ମମତା ଯୋଜନା, ଗୋଷ୍ଠୀର ମହିଳାମାନଙ୍କୁ ସଚେତନ କରାଯାଇଥିଲା । ଶେଷରେ ବ୍ଲକ ପ୍ରକଳ୍ପ ସହାୟିକା ଶ୍ରୀମତୀ ମାନିନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 1 =