ରେଡ଼କ୍ରସ ତିନି ଦିନିଆ ଶିବିରରେ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ ହେଲା

0 71

ସମ୍ବଲପୁର: ଆନ୍ତର୍ଜାତିକ ରେଡ଼କ୍ରସ ସୋସାଇଟିର ସମ୍ବଲପୁର ଜିଲ୍ଲା ଶାଖା ଆନୁକୁଲ୍ୟରେ ଆୟୋଜିତ ତିନି ଦିନିଆ ଶିବିରରେ ସର୍ବମୋଟ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ କରାଯାଇ ରିପୋର୍ଟ ଦିଆଯାଇଛି । ସ୍ଥାନୀୟ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ, ସମ୍ବଳ, ସୋସିଆଲ ଷ୍ଟାର କ୍ଳବ, ମାରୱାଡି ଯୁବାମଞ୍ଚ, ସନଡେ ଆଦିର କର୍ମକର୍ତ୍ତା ଓ ସଭ୍ୟମାନଙ୍କ ସହଯୋଗରେ ଏହି ଶିବିର ସ୍ଥାନୀୟ ଦଲେଇପଡା କଲ୍ୟାଣ ମଣ୍ଡପ ଠାରେ ଗତ ତିନି ଦିନ ଧରି ଆୟୋଜିତ ହୋଇଥିଲା । ଏଥିରେ ଲାଭାର୍ଥୀଙ୍କ ସମ୍ପୂର୍ଣ୍ଣ ଶରୀରର ମୁଖ୍ୟ ଅଙ୍ଗ ଯଥା ମସ୍ତିଷ୍କ, ହୃଦୟ, ଫୁସଫୁସ ଓ କିଡନୀ ଆଦି ତେରୋଟି ଅଙ୍ଗର ସ୍କାନିଙ୍ଗ ସହିତ ମୋଟ ୩୬ ରିପୋର୍ଟର କମ୍ପ୍ୟୁଟର ପ୍ରିଣ୍ଟ ଅତି ସାମାନ୍ୟ ଖର୍ଚ୍ଚରେ ଦିଆଗଲା, ଯାହାକି ଅନ୍ୟତ୍ର ଅତି ଖର୍ଚ୍ଚ ସାପେକ୍ଷ ହୋଇଥାଏ । ଶିବିରରେ ପ୍ରଥମ ଦିନ ୧୮୧, ଦ୍ୱିତୀୟ ଦିନ ୧୭୬ ଓ ତୃତୀୟ ଦିନ ୨୬୭ ଜଣ ଏଥିରେ ସାମିଲ ହୋଇ ସେମାନଙ୍କ ଫୁଲବଡି ସ୍କାନ କରାଇଥିଲେ । ଏହାର ପ୍ରଥମ ଦିନ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ରାଜସ୍ୱ ଆୟୁକ୍ତଙ୍କ ସଚିବ ଆଦି କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ଆସି ଏହାର ତଦାରଖ କରିବା ସହ ନିଜ ଶରୀରର ସ୍କାନ ମଧ୍ୟ କରାଇଥିଲେ । ଜିଲ୍ଲା ରେଡ଼କ୍ରସ ଶାଖା ସମ୍ପାଦକ ଓ ଏହାର ପ୍ରମୁଖ କର୍ମକର୍ତ୍ତା ମଧ୍ୟ ଏହି ଶିବିରରୁ ଲାଭବାନ ହୋଇଛନ୍ତି । ଏଠାକାର ବରିଷ୍ଠ ନାଗରିକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପ୍ରମାଣିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

nineteen − 4 =