ଶିମିଳିପାଳରେ ପାରଦ ଶୂନ୍ୟ ଡିଗ୍ରୀ

0 66

ଭୁବନେଶ୍ଵର : ରାଜଧାନୀରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳ ୫ଟା ୩୦ ରେ ତାପମାତ୍ରା ୧୦.୮ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡାରେ ୮.୮, କେନ୍ଦୁଝର ୯.୮ , ବାଲେଶ୍ୱର ୧୨ ଡ଼ିଗ୍ରୀ,ପାରାଦୀପ ୧୩.୪, ଚାନ୍ଦବାଲି ୧୩.୬ ଡ଼ିଗ୍ରୀ, ଗୋପାଳପୁର ୧୪.୬ ଓ ପୁରୀରେ ୧୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅସହ୍ୟ ଶୀତରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି।

hiring

ସେପଟେ ପୁରା ମୟୁରଭଞ୍ଜ ଜିଲ୍ଲା ଶୀତରେ କଲବଲ ହେଉଛି। ଶିମିଳିପାଳ ଉପରବାରାହାକାମୁଡାରେ ଶୂନ୍ୟ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଚହଲାରେ ୨ ଡିଗ୍ରୀ ସେଲସିୟସ, ନଅରାରେ ୪ ଡିଗ୍ରୀ , ବରେହିପାଣିରେ ୫ ଡିଗ୍ରୀ, ଗୁରୁଗୁଡିଆରେ ୩ ଡିଗ୍ରୀ , ରାମତୀର୍ଥରେ ୯ ଡିଗ୍ରୀ , ସାତକୋଶିଆରେ ୧୦ ଡିଗ୍ରୀ ଓ କିଆଝରିରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଶିମିଳିପାଳର ଦେବସ୍ଥଳୀ, ଜେନାବିଲ, ତାରିଣୀବିଲା ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଘନ କୁହୁଡ଼ି ରହିଥିବାର ମଧ୍ୟ ଦେଖିବାକୁ ମିଳିଛି। ଦିନ ତମାମ ଘଣ୍ଟାକୁ ୧୭ କିଲୋମିଟର ବେଗରେ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ସକାଳ ଏବଂ ସନ୍ଧ୍ୟାରେ ରାସ୍ତାଘାଟ ଶୂନ୍ୟ ହୋଇଯାଉଛି।

hiranchal ad1
Leave A Reply

Your email address will not be published.

one + 19 =