ନୂଆଦିଲ୍ଲୀ,୧୭/୧୧ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଗୁରୁବାର ସକାଳେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏନେଇ ଆଜି ଆଇଏମଡି ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ଆଗାମୀ ୧୯ ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ କଣ ରହିବ,ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆଉ ଦିନେ ଦୁଇ ଦିନ ମଧ୍ୟରେ ପୂରା ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି ।