ବସ ତଳେ ଫସିରହିଥିଲେ ୧୦ ଯାତ୍ରୀ

0 24

ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ପୋଲ ତଳକୁ ଖସିଲା ଯାତ୍ରୀବାହି ବସ l ବସ ତଳେ ଚାପି ହୋଇ ରହିଥିଲେ ୧୦ଯାତ୍ରୀ l ପ୍ରାୟ ୩୦ରୁ ଉର୍ଦ୍ଧ ଯାତ୍ରୀ ଆହତ l ସୂଚନା ଅନୁଯାଇ ଗତ କାଲି ମଧ୍ୟ ରାତ୍ରରେ ଭୁବନେଶ୍ୱର ଠାରୁ ମାଲକାନଗିରି ଅଭିମୁଖେ ଯାଉଥିବା ମହାଦେବ ନାମକ ଘରୋଇ ବସ ୫୭ନଂ ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ସରସରା ସୁନାଖlଇ ପୋଲରେ ଭIରସାମ୍ୟ ହରାଇ ପୋଲ ତଳକୁ ଖସି ଦୁର୍ଘଟଣା ଘଟିଥିଲା l ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ ଜଣ ଯାତ୍ରୀ ଆହତ ହୋଇଥିଲେ l ଖବର ପାଇ ବୌଦ୍ଧ ଆଦର୍ଶ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଥିବା ଯାତ୍ରୀଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଇଥିବା, ପୋଲିସ ସୂତ୍ରରୁ ଖବର ମିଳିଛି l ଅନ୍ୟପଟେ ବୌଦ୍ଧ ଆଦର୍ଶ ପୋଲିସ ଦୁର୍ଘଟଣାର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରଞ୍ଜିତ ମୁନି ସୂଚନା ଦେଇଛନ୍ତି l

hiranchal ad1
Leave A Reply

Your email address will not be published.

twelve + 13 =