ଆଶା କର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

0 55

ଭୁବନେଶ୍ୱର: ଆଜି ଭାରତ ମଜଦୁର ସଂଘ କାର୍ଯ୍ୟାଳୟରେ ଆଶା କର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମଗ୍ର ୩୦ଗୋଟି ଜିଲାରୁ ଆଶା କର୍ମୀ ମାନେ ଯୋଗଦେଇଥିଲେ । ଆଶାକର୍ମୀ ସଂଘର ରାଜ୍ୟ ସମ୍ପାଦିକା କମଳା ବେହେରାଙ୍କ ଆହ୍ୱାନ କ୍ରମେ ଆଶାକର୍ମୀ ମାନେ ଆଗାମୀ କାର୍ଯ୍ୟ ପନ୍ଥା ପାଇଁ ଯୋଜନା ପ୍ରସ୍ତୁତି ପାଇଁ ଏକାଠି ହେଇଛନ୍ତି ବୋଲି କହିଛନ୍ତି ଭାରତୀୟ ମଜଦୁର ସଂଘର ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ । ଆସନ୍ତା ୨୯ତାରିଖରେ ଆଶା କର୍ମୀ ମାନଙ୍କ ରାଜ୍ୟ ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ଭୁବନେଶ୍ୱରରେ କରାଯିବ ଓ ୩୦ହଜାରରୁ ଅଧିକ ସଂଖ୍ୟାରେ ଆଶା କର୍ମୀ ମାନେ ଯୋଗଦେବା ପାଇଁ ସ୍ଥିର କରାଯାଇଛି । ୩୦ତାରିଖରୁ ପର୍ଯ୍ୟାକ୍ରମେ ଅନବରତ ଜିଲ୍ଲା ୱାରୀ ଧାରଣା କାର୍ଯ୍ୟକ୍ରମ ଚାଲିବ । ଏତଦ ବ୍ୟତୀତ ଆମର ମୁଖ୍ୟ ଦାବି ହେଉଛି ସବୁ ଆଶାକର୍ମୀ ମାନଙ୍କୁ ସ୍ଥାୟୀ କରାଯାଉ, ଏନଏଚଏମ ବ୍ୟବସ୍ଥା ହେଉଛି ଏକ ସ୍ୱାସ୍ଥ୍ୟ ଅନ୍ତର୍ଗତ ପ୍ରୋଜେକ୍ଟ, ସ୍ୱାସ୍ଥ୍ୟ ସମସ୍ୟା ଏକ ନିରନ୍ତର ସମସ୍ୟା ଓ ସ୍ଥାୟୀ ସମସ୍ୟ. ତେଣୁ ଏନଏଚଏମ ପ୍ରୋଜେକ୍ଟ ଏକ ସ୍ଥାୟୀ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟରେ କାମକରୁଥିବା ସବୁଆଶା କର୍ମୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ । ଏହି ପରିପେକ୍ଷୀରେ ୨୯ତାରିଖଠାରୁ ଆରମ୍ଭ ହେବାକୁ ଥିବା ବିକ୍ଷୋଭରେ ସବୁ କାମ ବନ୍ଦ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାମ ବନ୍ଦରହିବା ସହ ସରକାର ଯଦି ଆମ ଦାବି ନ ଶୁଣନ୍ତି ତେବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ସମ୍ପାଦକ ଶ୍ରୀ ତ୍ରିପାଠୀ । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ମଧୁସୂଦନ ମହାପାତ୍ର ସମ୍ପାଦିକା କମଳା ବେହେରା, ରେଣୁବାଳାସାହୁ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × four =