ଜେଆରଡି ଟାଟାଙ୍କ ୧୨୦ତମ ଜନ୍ମବାର୍ଷିକ

0 40

ସମ୍ବଲପୁର : ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍)ର ବୁର୍ଲାସ୍ଥିତ କର୍ପୋରେଟ କାର୍ୟ୍ୟାଳୟରେ ଭାରତୀୟ ଶିଳ୍ପାୟନ ବିକାଶର ମହାନାୟକ ଓ ଭାରତ ରତ୍ନ ଜାହାଙ୍ଗୀର ରତନଜୀ ଦାଦାଭୋୟ (ଜେଆରଡି) ଟାଟାଙ୍କ ୧୨୦ତମ ଜନ୍ମବାର୍ଷିକୀ ପାଳନ କରିଅଛି । ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ କମ୍ପାନୀର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା, ବାଣିଜ୍ୟିକ ମୁଖ୍ୟ ପି.ପି. ତେନ୍ଦୁଲକର, ଆଇନ ବିଭାଗ ମୁଖ୍ୟ ସୁବୋଧ ମୋହାଲିକ ତଥା କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜେଆରଡି ଟାଟାଙ୍କ ତଥା ଟାଟା ଗ୍ରୁପ୍ର ଅନ୍ୟ ପ୍ରତିଷ୍ଠାତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଳ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହାପରେ କାର୍ୟ୍ୟକ୍ରମର ସ୍ୱାଗତ ଅବିଭାଷଣ କମ୍ପାନୀର ଆଇନ ବିଭାଗ ମୁଖ୍ୟ ସୁବୋଧ ମୋହାଲିକଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଭାରତୀୟ ଶିଳ୍ପାୟନ ଅଭିବୃଦ୍ଧିରେ ଶ୍ରୀ ଟାଟାଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଟିପିଡବ୍ଲ୍ୟୁଓଡିଏଲ୍ ସମସ୍ତ କର୍ମଚାରୀମାନଙ୍କୁ ତାଙ୍କ ପଥ ଅନୁକରଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ସେହିପରି କମ୍ପାନୀର ବାଣିଜ୍ୟିକ ମୁଖ୍ୟ ପି.ପି. ତେନ୍ଦୁଲକର ନୈତକ ବୋଧର କାର୍ୟ୍ୟକାରିତା ଉପରେ ବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ପ୍ରକାଶ କରିଥିଲେ ଯେ, ଶ୍ରୀଟାଟାଙ୍କ ନୀତି ହେଉଛି ନବସୃଜନ ଏବଂ ସାମାଜିକ ଦାୟିତ୍ୱର ଏକ ଆଲୋକବର୍ତ୍ତିକା। ଆମେ ଏହି ମହାନ ଆତ୍ମାଙ୍କ ୧୨୦ତମ ଜନ୍ମ ବାର୍ଷିକୀ ପାଳନ କରୁଥିବାବେଳେ, ଆମକୁ ସେ ଆମ ଭିତରେ ପ୍ରବର୍ତ୍ତାଇଥିବା ମୂଲ୍ୟବୋଧ ବିଷୟରେ ମନେ ପକାଇବା। ମୂଲ୍ୟବୋଧ ଯାହା ଆମ ସମ୍ପ୍ରଦାୟରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାରେ ଟିପିଡବ୍ଲୁଓଡିଏଲର ପ୍ରୟାସକୁ ମାର୍ଗଦର୍ଶନ ଜାରି ରଖିଛି। ଏହି କାର୍ୟ୍ୟକ୍ରମ କେବଳ ଏକ ଉତ୍ସବ ନୁହେଁ ବରଂ ଶ୍ରୀଟାଟାଙ୍କ ନୀତି ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃପ୍ରତିଷ୍ଠା କରୁଛି। କାର୍ୟ୍ୟକ୍ରମ ଶେଷରେ କମ୍ପାନୀର ମାନବ ସମ୍ୱଳ ମୁଖ୍ୟ କସମସ୍ ଲାକ୍ରା ଧନ୍ୟବାଦ ଅବିଭାଷଣ ପ୍ରଦାନ କରିଥିଲେ। ତେବେ ଟିପିଡବ୍ଲ୍ୟୁଓଡିଏଲର କର୍ପୋରେଟ୍ କାର୍ୟ୍ୟାଳୟ ସହିତ ସମସ୍ତ ପାଞ୍ଚ ମଣ୍ଡଳ କାର୍ୟ୍ୟାଳୟରେ ମଧ୍ୟ ଭାରତ ରତ୍ନ ଶ୍ରୀ ଟାଟାଙ୍କ ୧୨୦ତମ ଜନ୍ମବାର୍ଷିକ ପାଳନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

ten − 5 =