ମହାଶିବରାତ୍ରୀ ଅବସରରେ ପଞ୍ଚରଥ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ

0 81

ସୁବର୍ଣ୍ଣପୁର: ଗତକାଲି ମହା ଶିବରାତ୍ରି ଅବସରରେ ସୋନପୁର ବସଷ୍ଟାଣ୍ଡ ସ୍ଥିତ ପଞ୍ଚରଥ ଶୈବ ପୀଠଠାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଭୀମଭୋଇ କଳାପରିଷଦର ମୁଖ୍ୟ ଉମେଶ କୁମ୍ଭାରଙ୍କ ତତ୍ୱାବଧାନରେ ପଶ୍ଚିମ ଓଡିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ନବୀନ କୁଅଁର, ଶତ୍ରୁଘ୍ନ ଲୁହାଙ୍କ ସମେତ ବୀରେନ୍ଦ୍ର ଜଗଦଲା, ଅପର୍ଣ୍ଣା ନନ୍ଦ, ବିଜୟିନୀ ଭୋଇ, ମଧୁ ସୁଦନ ସାହୁ, ପଦ୍ମ ଲୋଚନ ସାହୁ, ସୁରେନ୍ଦ୍ର ମିଶ୍ର, ଅକ୍ରୁର ମହାନନ୍ଦ ପ୍ରମୁଖ ଅନେକ କଳାକାର ଯୋଗ ଦେଇ ଭଜନ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରମ କମିଶନର ଡିଲେଶ୍ୱର ଖାଖା ଓ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଉଦଘାଟନ କରିଥିବା ବେଳେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିବରାମ ସାହୁ ଓ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । ନବୀନ କଅଁର ଓ ଶତ୍ରୁଘ୍ନ ଲୁହାଙ୍କ ମିଳିତ କଣ୍ଠରେ ଆଏଜ୍‌ ତ ଦେଖିଦେଲିରେ କଲାକାହ୍ନୁ, ନୀଲମନି, ବେନୁପାନୀ ସଂଗୀତ ବେଶ ଆକର୍ଷଣୀୟ ଥିବା ବେଳେ ସମସ୍ତ କଳାକାରମାନେ ବିଳମ୍ବିତ ରାତି ଯାଏ ସୁମଧୁର ସଂଗୀତ ପରିବେଷଣ କରି ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । କାର୍ଯ୍ୟକ୍ରମର ଶେଷରେ ୯୦ ବର୍ଷୀୟ କଳାକାର ନରେନ୍ଦ୍ର ସାହୁ ଓ ମନ୍ଦିର ପୂଜକ ଗୌରୀଶ୍ୟାମ ରଥ ପଞ୍ଚରଥ ବାବାଙ୍କ ମହିମା ଉପରେ ଏକ ଭଜନ ପରିବେଷଣ କରିଥିଲେ । ମନ୍ଦିର କମିଟିର ସଭାପତି ପିୟୁଷ ପଣ୍ଡା, ଉପଦେଷ୍ଟା ବିକାଶ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ମନବୋଧ ଭୋଇ, ରାମଜୀ ନେଗୀଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 2 =