ଆସନ୍ତାକାଲି ବାହୁଡ଼ିବେ ମହାବାହୁ,ଆଡପମଣ୍ଡପରେ ଲକ୍ଷାଧିକ ଭକ୍ତ କଲେ ସନ୍ଧ୍ୟା ଦର୍ଶନ

0 112

ପୁରୀ- ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ଶ୍ରୀଜୀଉ । ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କୁ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ ।ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି | ଆସନ୍ତାକାଲି ବାହୁଡାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କୁହାଯାଇଛି ।
ସରିଲା ଶ୍ରୀଜୀଉଙ୍କ ଜନ୍ମବେଦୀ ଲୀଳା । ଆସନ୍ତାକାଲି ବାହୁଡ଼ିବେ ମହାବାହୁ ।ଚଳିତ ଶ୍ରୀଗୁଣ୍ଡିଚାରେ ଅନେକ ତ୍ରୁଟି ରହିଥିଲା ସେଇ ତ୍ରୁଟି କୁ କିପରି ସୁଧାର ଯାଇପାରିବ ସେ ନେଇ ବିଶେଷ ଧ୍ୟାନ ଦିଆଯାଇଛି । ଆଜି ଭୋର ୪ଟା ୩୦ମିନିଟ ସମୟରେ ଦ୍ୱାର ପିଟା ନୀତି ସମ୍ପର୍ଣ୍ଣ ହୋଇ ମଙ୍ଗଳ ଆଳତୀ,ମଇଲମ, ଅବକାଶ,ରୋଷହୋମ,.ଗୋପାଳ ବଲ୍ଲଭ,ସକାଳ ଧୂପ,ପ୍ରଥମ ଭୋଗମଣ୍ଡପ,ଦ୍ଵିତୀୟ ଭୋଗମଣ୍ଡପ ସଠିକ ସମୟରେ ସମ୍ପର୍ଣ୍ଣ ହୋଇଛି । ଆଜିର ନବମୀ ଦିନରେ ରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କ ଦର୍ଶନ କରିଥିବା ଯୋଗୁ ଆଜିର ଦର୍ଶନରେ ବିଶେଷ ମହତ୍ୱ ରହିଛି |
ଆସନ୍ତାକାଲି ବାହୁଡାଯାତ୍ରାରେ ଭୋର ୪ ଟାରେ ମଙ୍ଗଳ ଆଳତି, ଭୋର ୪.୧୫ରେ ମଇଲମ, ୪.୩୦ରେ ତଡ଼ପଲାଗି,‌ ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫.୪୫ରୁ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧.୩୦ ସେନାପଟା ଲାଗି, ୧୧.୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨.୩୦ରୁ ୩.୩୦ ଛେରାପହଁରା, ଅପରାହ୍ନ ୩ ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

hiranchal ad1
Leave A Reply

Your email address will not be published.

four × four =