ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

0 122

ସୁବର୍ଣ୍ଣପୁର, ୨୫/୨ (ହୀ.ପ୍ର): ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ଓ ସମ୍ପାଦକ ଗୁଣନିଧି ମେହେରଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ବିକାଶ ସକାଶେ ଯୋଗାଯୋଗ ହେଉଛି ମୁଖ୍ୟ । ସ୍ୱାଧୀନତାର ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିନାହିଁ । ବିଶେଷ କରି ରେଳପଥ ଆଜି ପର୍ଯ୍ୟନ୍ତ ସ୍ୱପ୍ନ ହୋଇ ରହିଛି । ଯାହାଫଳରେ ଜିଲ୍ଲାରେ ଉଦ୍‌ୟୋଗ ସକାଶେ ସମ୍ଭାବନା ରହିଛି ହେଲେ ପୁଞ୍ଜିନିବେଶ ହୋଇପାରୁ ନଥିବାରୁ ଜିଲ୍ଲା ପଛୁଆ ରହିଯାଉଛି । ସେଥିପାଇଁ ପ୍ରସ୍ତାବିତ ନୂତନ ରେଳପଥ ସମ୍ବଲପୁର ଗୋପାଳପୁର ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବାପାଇଁ ଏକ ଦାବି ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖାଯାଇଛି । ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଦାବିପତ୍ରଟିକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇବା ପାଇଁ ଗ୍ରହଣ କରିଛନ୍ତି । ଏହା ସହ ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ମଧ୍ୟ ମଞ୍ଚ କର୍ମକର୍ତ୍ତା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଖୋର୍ଦ୍ଧା ବଲାଙ୍ଗିର ରେଳପଥ, ଫୋରୱେ ରାସ୍ତା, ରିଙ୍ଗରୋଡ଼ ଓ ଅଙ୍ଗକେନାଲର ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘବର୍ଷ ହେଲା ସରି ପାରୁନାହିଁ ସେହି ବିଷୟରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କର୍ମକର୍ତ୍ତା ମାନେ ଜୋର୍‌ ଦେଇଥିଲେ । ଏତତ୍‌ ବ୍ୟତିତ ଆହୁରିମଧ୍ୟ ପୁରୁଣା ସ୍ମୃତି ବହନ କରୁଥିବା ସ୍ଥାନ ସବୁର ସୁରକ୍ଷା ବିଷୟରେ କିଛି ଆଲୋଚନା କରିଥିଲେ । ନିମୁହିଁ ମନ୍ଦିର ବିଷୟରେ କିଛି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଦସ୍ୟ ମାନେ ଦାବି ରଖିଥିଲେ । ଜିଲ୍ଲାପାଳ ସବୁକୁ ଦେଖିବା ସକାଶେ ନିର୍ଭର ପ୍ରତିଶୃତି ଦେଇଥିଲେ । ରିଙ୍ଗରୋଡ଼ କାର୍ଯ୍ୟ ଶୀଘ୍ର ସରିବା ନେଇ ଆଲୋଚନା ସମୟରେ କହିଥିଲେ । ଜିଲ୍ଲା ପ୍ରଶାସନର ଆସିବା ପରେ କିଛି ଜନହିତକର କାର୍ଯ୍ୟସକାଶେ ଜିଲ୍ଲା ପ୍ରଶାସନକୁ ସଂଘର କର୍ମକର୍ତ୍ତା ମାନେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଆଲୋଚନା ଓ ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ପୂର୍ବତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ, ଜିଲ୍ଲା ନଗର ବିଜୁ ଜନତା ଦଳର ସଭାପତି ଜନ୍ମେଜୟ ପାତ୍ର, ବଳଦେବ ପ୍ରସାଦ ବେଦବାକ୍‌, ପ୍ରଦୀପ ପୁରୋହିତ, ବାଙ୍କାନିଧି ରାୟଗୁରୁ, ଭିକାରୀ ପୃଷ୍ଟି, ଧିରେନ୍ଦ୍ର କୁମାର ପଟ୍ଟନାୟକ, ନବଘନ ସାଣ୍ଢ,ବିନୋଦ ମେହେର, ଆଶାରାମ ନାୟକ,ସଚିତାନନ୍ଦ ଦାସ, ବ୍ୟାସଦେବ ମିଶ୍ର, ପଞ୍ଚାନନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

hiring

hiranchal ad1
Leave A Reply

Your email address will not be published.

twenty − 18 =