ନୂଆପଡ଼ା ଜିଲ୍ଲା ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ବିକାଶ ପାଇଁ ଦାବି କଲେ ଖଡିଆଳ ବିଧାୟକ

0 43

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଆଜି ବିଧାନସଭାରେ ପର୍ଯ୍ୟଟନ, ଯୋଜନା ଓ ସମନ୍ୱୟ ବିଭାଗର ବଜେଟ ଆଲୋଚନା ବେଳେ ନୂଆପଡ଼ା ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ର ପ୍ରତି ସରକାର ଅବହେଳା କରୁଥିବା ଖଡିଆଳ ବିଧାୟକ ଅଧିରାଜ୍‌ ପାଣିଗ୍ରାହୀ ଅଭିଯୋଗ ଆଣିଛନ୍ତି । ନୂଆପଡ଼ା ଜିଲ୍ଲାର ଖଡିଆଳ ବ୍ଲକ୍‌ରେ ଅବସ୍ଥିତ ଯୋଗିମଠ, ତିଖାଲି ଡ୍ୟାମ୍‌, ବୋଡନ ବ୍ଲକ୍‌ ଅନ୍ତର୍ଗତ ପାତାଳ ଗଙ୍ଗା ଓ ସିନାପାଲି ବ୍ଲକ ଅନ୍ତର୍ଗତ ଥିଫାଖୋଲ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ଆବଶ୍ୟକ ଭିତ୍ତିଭୂମିର ବିକାଶ ପାଇଁ ସେ ବଜେଟରେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏହି ସବୁ ପର୍ଯଟନ ସ୍ଥଳକୁ ଓଡ଼ିଶା ସମେତ ପଡୋଶୀ ଛତିଶଗଡ଼ ରାଜ୍ୟର ଶହ ଶହ ପର୍ଯ୍ୟଟକ ପ୍ରତ୍ୟହ ଆସୁଥିଲେ ମଧ୍ୟ ଏଠାରେ ସାମାନ୍ୟ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଯୋଗୀ ମଠ ଭଳି ଏକ ଐତିହାସିକ ପର୍ଯଟନ ସ୍ଥଳକୁ ଭଲ ରାସ୍ତା ଟିଏ ମଧ୍ୟ ନ ଥିବା ବେଳେ ଏହାର ସୁରକ୍ଷା ମଧ୍ୟ ବର୍ତ୍ତମାନ୍‌ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ସିନାପାଲି ବ୍ଲକ ଅନ୍ତର୍ଗତ ଥିପାଖୋଲକୁ ଯିବାପାଇଁ ସାଧାରଣ ରାସ୍ତାଟିଏ ହୋଇ ପାରିନାହିଁ । ପାତାଳ ଗଙ୍ଗା ଭଳି ବହୁ ପୁରାତନ ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମିର ବିକାଶ ହୋଇପାରି ନାହିଁ । ନୂଆପଡ଼ା ସଦର ମହକୁମାରେ ଅବସ୍ଥିତ ପତୋରା ଡ୍ୟାମର ମଧ୍ୟ ବିକାଶ ହେଉ ନ ଥିବା ସେ ଅଭିଯୋଗ କରିଛନ୍ତି । ଏସବୁର ବିକାଶ ପାଇଁ ସରକାର ଆଦୌ ଆଗ୍ରହ ପ୍ରକାଶ କରୁ ନ ଥିବା ଅଭିଯୋଗ କରି ଏହି ସବୁ ପର୍ଯ୍ୟଟନ ସ୍ଥଳର ସାମଗ୍ରିକ ବିକାଶ ପାଇଁ ସରକାର ଅର୍ଥ ବ୍ୟବସ୍ଥା କରିବାକୁ ସେ ବିଧାନସଭାରେ ଦାବୀ କରିଛନ୍ତି । ବିଧାନସଭାରେ ସମ୍ପୃକ୍ତ ବିଭାଗର ଖର୍ଚ୍ଚ ଦାବୀ ଆଲୋଚନା ବେଳେ ସେ ଏହି ଦାବି ରଖିଛନ୍ତି । ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏକ ଥଇଥାନ କେନ୍ଦ୍ର ସାଜିଛି ବୋଲି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ପରିଷଦର ପାଣ୍ଠି ବାର୍ଷିକ ଅନ୍ୟୁନ ଏକ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =