ସ୍ପେଶାଲ OTET ପୁଣି ସ୍ଥଗିତ

0 86

ଭୁବନେଶ୍ୱର: ସ୍ପେଶାଲ OTET ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ରେ ହେବାକୁ ଥିବା ଏହି ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥଗିତ କରାଯାଇଛି। ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଖୁବଶୀଘ୍ର OTET ପରୀକ୍ଷାର ଆଉ ଏକ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

hiring

ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବାର ଥିଲା। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ପରୀକ୍ଷା ଏବଂ ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ପ୍ରଶ୍ନପତ୍ର ଲିକ ଯୋଗୁ ପୂର୍ବ ପରୀକ୍ଷା ବୋର୍ଡ ପକ୍ଷରୁ ବାତିଲ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

nineteen + 7 =