ଏଣିକି ମନଇଚ୍ଛା ବାତିଲ ହୋଇପାରିବନି ଡିଏଲ୍‌, ଆର୍‌ସି

0 98

କଟକ: ରାଜ୍ୟର ଅନେକ ଆର୍‌ଟିଓ(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ପକ୍ଷରୁ ମୋଟର ଭେଇକିଲ୍ ଆଇନ ଉଲ୍ଲଂଘନ ହୋଇଥିବା ଦର୍ଶାଯାଇ ଗାଡ଼ି ମାଲିକଙ୍କ ଡିଏଲ୍ ବା ଗାଡ଼ିର ଆର୍‌ସିକୁ ବାତିଲ୍ କରି ଦିଆଯାଉଥିଲା । ଏହାର କୌଣସି ରେକର୍ଡ ରଖାଯାଉ ନ ଥିଲା । କିମ୍ବା ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନର କାରଣ ସମ୍ପର୍କରେ ଅବଗତ କରାଯାଉ ନଥିଲା । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)କୁ ଅନେକ ଅଭିଯୋଗ ଆସିବା ପରେ କମିସନର ଏହା ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଏହି ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଭିନ୍ନ ଆର୍‌ଟିଓ, ଏମ୍‌ଭିଆଇ, ଏଆର୍‌ଟିଓଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଜାରି କରାଯାଇଛି ।

hiring

ଏସ୍‌ଟିଏ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍ ସାର୍ଟିଫିକେଟ୍, ପଞ୍ଜୀକରଣ ସାର୍ଟିଫିକେଟ୍ ଆଦି ବାତିଲ୍ କରିବା ବେଳେ ଏଥିପାଇଁ ଥିବା ନିୟମର କିପରି ଠିକ୍ ଅନୁପାଳନ କରାଯିବ ସେ ସଂକ୍ରାନ୍ତରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଡିଏଲ୍ ବାତିଲ୍ କରିବା ପୂର୍ବରୁ ଜଣେ ଅଧିକାରୀ କେଉଁ କାରଣ ପାଇଁ ଏହା ବାତିଲ୍ କରୁଛନ୍ତି ସେ ସଂକ୍ରାନ୍ତରେ ଉଲ୍ଲେଖ କରିବେ । ସରକାରୀ ଭାବେ ଏହାର ରେକର୍ଡ ରଖିବେ । ଉକ୍ତ ରେକର୍ଡରେ କେଉଁ କାରଣ ପାଇଁ ଜଣେ ବ୍ୟକ୍ତିଙ୍କ ଡିଏଲ୍ ବାତିଲ୍ ହେଲା ସେ ସଂକ୍ରାନ୍ତରେ ଜଣାଇବେ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲାଇସେନ୍ସିଂ ଅଥରିଟି ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ । ଏହି ଡିଏଲ୍ ବାତିଲ୍ ସଂକ୍ରାନ୍ତରେ ସାରଥି କିମ୍ବା ବାହନ ପୋର୍ଟାଲରେ ସବିଶେଷ ତଥ୍ୟ ରଖାଯିବ । ଯଦି ଗୋଟେ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ ନାହିଁ ତାହେଲେ ଉକ୍ତ ଗାଡ଼ିଟି ପଞ୍ଜୀକରଣ ପାଇଁ ମଧ୍ୟ ଯୋଗ୍ୟ ନୁହେଁ ।

hiranchal ad1
Leave A Reply

Your email address will not be published.

three × 3 =