ପୁରୀ- ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ଧର୍ମେନ୍ଦ୍ର ପ୍ରଧାନ ଅରୁଣସ୍ତମ୍ବକୁ ମୁଣ୍ଡିଆ ମାରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ପ୍ରାୟ 25 ମିନିଟ ଶ୍ରୀଯୁକ୍ତ ପ୍ରଧାନ ଶ୍ରୀମନ୍ଦିରରେ ଅତିବାହିତ କରି ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରତ୍ୟାବର୍ତ୍ତନ ସମୟରେ ବାଇଶିପାହାଚରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସେବାୟତ ମାନେ ନୀଳଚକ୍ରରେ ଲାଗି ପତାକା ପ୍ରଦାନ କରିଥିଲେ।


ସିଂହଦ୍ଵାର ଉପରେ ବିରାଜିତ ମା ଗୁମୁଟ ଲକ୍ଷ୍ମୀଙ୍କୁ ଶ୍ରୀଯୁକ୍ତ ପ୍ରଧାନ ଯୋଡହସ୍ତରେ ମୁଣ୍ଡିଆ ମାରିବା ସହ ଲମ୍ବ ହୋଇ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ପୁରୀ ଏସପି ଉପସ୍ଥିତ ଥିଲେ।
