ଭୁବନେଶ୍ବର: ବନ୍ଦ ହୋଇଥିବା ୨୦ରୁ ଅଧିକ ପିଲା ଥିବା ସ୍କୁଲ ଖୋଲିବାକୁ ବିଚାର କରୁଛନ୍ତି ସରକାର । ପୂର୍ବ ସରକାର ତରବରିଆ ଭାବେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଥିଲେ । ଏହାକୁ ବଦଳାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଯେଉଁ ଜିଲ୍ଲାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ଅଛି, ସେଗୁଡ଼ିକ ଖୋଲିବା ପ୍ରସ୍ତାବ ଜିଲ୍ଲା ସ୍ତରୀୟ କମିଟିରୁ ରାଜ୍ୟ ସ୍ତରୀୟ କମିଟିକୁ ଆସିଲେ ବିଚାର କରାଯିବ । ରାଜ୍ୟ ସରକାର ଏଭଳି ୪୬ଟି ସ୍କୁଲ ଖୋଲିଛନ୍ତି । ଅଉ ୫ଟି ସ୍କୁଲ ଖୋଲିବାକୁ ପ୍ରସ୍ତାବ ଆସିଛି । ସେଥିରୁ ଗୋଟିଏ ବିଦ୍ୟାଳୟ ଖାରଜ ହୋଇଛି ଏବଂ ୪ଟି ସ୍କୁଲ ଖୋଲିବାକୁ ବିଚାର ଚାଲିଛି । ଏନେଇ ବିଧାନସଭାର ଶୀତ ଅଧିବେଶନରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ।
