କର୍ଣ୍ଣାଟକ କ୍ଷମତା କନ୍ଦଳ ; ବ୍ରେକଫାଷ୍ଟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, କହିଲେ ଏହି ବଡ କଥା

0 88

ନୂଆଦିଲ୍ଲୀ; କର୍ଣ୍ଣାଟକ କ୍ଷମତା କନ୍ଦଳରେ କଂଗ୍ରେସ ହାଇକମାଣ୍ଡ ହସ୍ତକ୍ଷେପ କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏକାଠି ବସି ବିବାଦର ଆପୋସ ସମାଧାନ ଲାଗି ପରାମର୍ଶ ଦେଇଥିଲେ । ସେହିକ୍ରମରେ ଆଜି ଉଭୟଙ୍କ ମଧ୍ୟରେ ବ୍ରେକଫାଷ୍ଟ ବୈଠକ ହୋଇଛି । ଏହାପରେ ଦୁହିଁଙ୍କର ସ୍ୱର ଏକ ହୋଇଛି । ବିବାଦ ତୁଟିଥିବା ପରି ମନେ ହେଉଛି । ଆମ ଭିତରେ କିଛି ମତଭେଦ ନାହିଁ । ହାଇକାଣ୍ଡ ଯାହା ନିଷ୍ପତ୍ତି ନେବେ ତାହାକୁ ଦୁହେଁ ପାଳନ କରିବୁ ବୋଲି ବ୍ରେକଫାଷ୍ଟ ପରେ ପ୍ରେସମିଟରେ କହିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।

hiranchal ad1
Leave A Reply

Your email address will not be published.

eleven − 8 =