ଚିକେନ୍ ସାଙ୍ଗରେ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ମୃତ

0 62

ଅନୁଗୋଳ : ଖାଦ୍ୟ ପାଲଟିଲା ବିଷ । ଚିକେନ୍ ସାଙ୍ଗରେ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ମୃତ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପା ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।

hiring

ରବିବାର ବିଳମ୍ବିତ ରାତିରେ ଚିକେନ୍ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ସକାଳୁ ସକାଳୁ କୌଣସି ଲୋକ ଘରର କବାଟ ଖୋଲିନଥିଲେ । ପଡୋଶୀ ଲୋକଙ୍କ ସନ୍ଦେହ ହେବାରୁ ଘରର କବାଟ ଖୋଲିଥିଲେ । ଏହାପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇସାରିଥିଲା । ମେଡିକାଲରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକମାନେ ହେଲେ ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ଦୁଇ ପୁଅ ପିଣ୍ଟୁ ଓ ଲିଣ୍ଟୁ ସାହୁ । ସମସ୍ତଙ୍କ ମୃତଦେହ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନନ୍ତର କରାଯିବ ।

ତେବେ ଫୁଡ୍ ପଏଜନିଂ ହେଉ ଅବା ଅନ୍ୟ କେଉଁ କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ତାହା ଏବେ ଯାଏଁ ଜଣାପଡିନାହିଁ । ଅନୁଗୋଳ ଓ କଣ୍ଟାବଣିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ଏବଂ ପ୍ରାଥମିକ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ ।

hiranchal ad1
Leave A Reply

Your email address will not be published.

three × four =