ରାଷ୍ଟ୍ରଦୂତ ପରିବାରଙ୍କ ପକ୍ଷରୁ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ବିଦେଶୀ ସାମଗ୍ରୀ ପ୍ରଦାନ

0 66

ନୂଆଗାଁ : ନୂଆଗାଁ ବ୍ଲକର ଉଦୟପୁର ଗାଁରେ ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ଗବେଷଣା କେନ୍ଦ୍ରକୁ ଓଡିଶାର ସର୍ବକନିଷ୍ଠ ରାଷ୍ଟ୍ରଦୂତ ପରଲୋକଗତ ବିରଜା ପ୍ରସାଦ ମଲ୍ଲିକଙ୍କ ଦ୍ୱାରା ରୁଷିଆ ଓ ମାଡ୍ରିଡ୍‌ ଦେଶରୁ ସଂଗୃହୀତ ୨୦ଗୋଟି କଳାକୃତି ସାମଗ୍ରୀ ଏବଂ ଚଣ୍ଡୀଗଡର ତମ୍ବାରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ଏକ ଘୋଡା ରାଷ୍ଟ୍ରଦୂତଙ୍କ ପରିବାର ପକ୍ଷରୁ ପ୍ରଦାନ କରାଯାଇଛି । ବିଦେଶର ପ୍ରଦତ୍ତ କଳାକୃତି ସାମଗ୍ରୀ ମଧ୍ୟରେ ରୁଷିଆରେ ଦିଆସିଲ୍‌ କାଠିରେ ନିର୍ମିତ ଏକ ବିରଳ କଳାକୃତି ସ୍ମାରକୀ ଖୁବ୍‌ ଆକର୍ଷଣୀୟ ହୋଇଛି । ବିରଜା ପ୍ରସାଦଙ୍କ ରାଷ୍ଟ୍ରଦୂତ ଜୀବନର ପ୍ରାରମ୍ଭରେ ଅଳ୍ପ ବୟସରେ ପରଲୋକ ହୋଇଥିଲା । ସେ ଓଡିଶାର ସର୍ବ କନିଷ୍ଠ ରାଷ୍ଟ୍ରଦୂତ ଥିଲେ । କମିଶନର ତଥା ଶାସନସଚିବ ବିଷ୍ଣୁପଦ ସେଠୀଙ୍କର ସେ ସମ୍ପର୍କୀୟ ଅଟନ୍ତି । ବିରଜା ପ୍ରସାଦଙ୍କ ଅମ୍ଳାନ ସ୍ମୃତିକୁ ଦାସିଆ ଅଜାଙ୍କ ସଂଗ୍ରହାଳୟରେ ରାଜ୍ୟ ଓ ଦେଶବାସୀଙ୍କ ନିକଟରେ ଉଜ୍ଜୀବିତ କରି ରଖିବା ନିମନ୍ତେ ରାଷ୍ଟ୍ରଦୂତଙ୍କ ମାତା ସମାଜସେବୀ ବିଜୟା ମଲ୍ଲିକ ଭୁବନେଶ୍ୱରରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତ କଳାକୃତି ସାମଗ୍ରୀମାନକୁ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି । ସଂଗ୍ରହାଳୟରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀରେ ଏହି ବିଦେଶୀ ସାମଗ୍ରୀମାନକୁ ପ୍ରଦର୍ଶିତ କରାଯିବ । ରାଜ୍ୟ ଓ ଦେଶ ବିଦେଶରୁ ସଂଗ୍ରହାଳୟକୁ ଆସୁଥିବା ଦର୍ଶକ, ପର୍ଯ୍ୟଟକ, ଗବେଷକ ଓ ଐତିହାସିକମାନଙ୍କୁ ରୁଷିଆ ଓ ମାଡ୍ରିଡ୍‌ ଦେଶର କଳାକୃତି ସାମଗ୍ରୀମାନ ଖୁବ୍‌ ଆକୃଷ୍ଟ କରିବ । ବର୍ତ୍ତମାନ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ଦ୍ୱାରା ପାଠାଗାର ସଂଗ୍ରହାଳୟ ପାଇଁ ଦେଶ ବିଦେଶର ବିଭିନ୍ନ ସାମଗ୍ରୀମାନ ସଂଗ୍ରହ କରାଯାଉଛି । ଏହାଦ୍ୱାରା ଦିନକୁ ଦିନ ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ସମୃଦ୍ଧ ହେଉଛି ।

hiranchal ad1
Leave A Reply

Your email address will not be published.

fifteen + 9 =