୮୬ ବୋତଲ କଫ ସିରଫ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

0 170


ଚିପିଲିମା,: ଶିକ୍ଷା ନଗରୀ ଭାବରେ ପରିଚିତ ବୁର୍ଲା ସହରରେ ଦିନକୁ ଦିନ କଫସିରଫ, ଗଞ୍ଜା, ନିଶା ଟାବଲେଟ, ବେଆଇନ ମଦ ବିକ୍ରି ଭଳି ବିଭିନ୍ନ ନିଶା ଦ୍ରବ୍ୟ ବୃଦ୍ଧି ପାଇଥିବାବେଳେ ଏବେ ବୁର୍ଲା ପୋଲିସ ଏକ୍ସନ ମୁଡ଼ରେ ରହିଛି l ବୁର୍ଲା ସହରରେ ପୋଲିସ ପକ୍ଷରୁ ୮୬ ବୋତଲ କଫ ସିରଫ ସହ ଟାବଲେଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବାବେଳେ, ଏନେଇ ବୁର୍ଲା ଥାନାରେ କେଶ ନଂ ୪୧୩ ରେ ଏକ ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡାର ବିକାଶ କୁମାର ରାଉତ ଏବଂ ସେ ବୁର୍ଲା ହସ୍ପିଟାଲ ନିକଟରେ ରହି ନିଶା କାରବାର କରୁଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ନିକଟରୁ ୧୦୦ ମିଲିଲିଟର ବିଶିଷ୍ଟ ୮୬ ବୋତଲ କଫସିରଫ, ୩ଷ୍ଟ୍ରିପ୍ଟ ନିଶା ଟାବଲେଟ, ୬ଟି ଠିପି ଖୋଲା କଫ ସିରଫ, ୨୩ଟି ଦେଶୀ ମଦ ପାଉଚ,ଠିପି ଖୋଲା କଫ ସିରଫ ଆଦି ଜବତ ହୋଇଛି l ଅଭିଯୁକ୍ତ ନାମରେ ବିଭିନ୍ନ ସ୍ଥାନରେ ଅନ୍ୟ ମାମଲା ଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

five × 4 =