ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଗଣିଆ ତହସିଲ୍ରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚନେବା ଅଭିଯୋଗରେ ଧରାପଡିଛନ୍ତି । ଆଜି ସକାଳ ୧୦ ଘଟିକା ସମୟରେ ଗଣିଆ ତହସିଲ୍ କଲୋନୀରୁ ଉଠାଇ ଆଣିଛି ଭିଜିଲାନ୍ସ । ଗୋଟିଏ ବାଲି ଗାଡ଼ିକୁ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ତୁଟିଥିଲା । ୧୦ ହଜାର ଟଙ୍କା ନେଇଥିବାବେଳେ ୩ ହଜାର ଟଙ୍କା ବାକି ରହିଥିଲା । ଆଜି ବାକି ୩ ହଜାର ଟଙ୍କା ନେଉଥିବା ସମୟରେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ମିଳିତ ସହଯୋଗରେ ଅତିରିକ୍ତ ତହସିଲଦାର ବନମାଳି ପରିଡାଙ୍କୁ ଉଠାଇ ଆଣି ତଦନ୍ତ ଜାରି ରଖିଛି ।