ସାପ କାମୁଡାରେ ୩ ମୃତ ଘଟଣା, ପରିବାରବର୍ଗଙ୍କୁ ଭେଟିଲେ ସରକାରୀ ଦଳର ମୁଖ୍ୟ ସଚେତକ

0 64

ବୌଦ୍ଧ : ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗାଁରେ ଗତ କିଛିଦିନ ତଳେ ଗୋଟିଏ ପରିବାର ତିନିଜଣ ଝିଅଙ୍କ ସାପ କାମୁଡାରେ ଜୀବନ ଯାଇଥିବା ବେଳେ ବାପା ମଧ୍ୟ ଗୁରୁତର ଭାବେ ମେଡିକାଲରେ ଚିକିତ୍ସା ହେଉଥିଲେ । ଏଭଳି ଘଟଣାଟି ସାରା ଜିଲ୍ଲାରେ ଏକ ଦୁଃଖଦ ଖବର ଆଣିଥିଲା । ଚରିଆପାଲିଗାଁରେ ଶୈଳେନ୍ଦ୍ର ମଳିକ, ସ୍ତ୍ରୀ ଏବଂ ତାଙ୍କର ଛୋଟ ପୁଅ ସହ ୩ ଝିଅ ମଧ୍ୟ ରାତିରେ ଖାଇ ସାରି ଶୋଇଥିଲେ । ଏକ ବିଷଧର ସାପ ଝିଅ ସ୍ମୃତିରେଖା, ସୁରଭି, ଶୁଭରେଖା ଓ ବାପା ଶୈଳେନ୍ଦ୍ରଙ୍କୁ କାମୁଡ଼ିଥିଲା । ପରିବାର ଲୋକ ସଙ୍ଗେ ସଙ୍ଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସେମାନଙ୍କୁ ନେଇଥିଲେ । ମେଡିକାଲରେ ୩ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏପଟେ ତିନି ଝିଅଙ୍କ ଦେହାନ୍ତ ନେଇ ପରିବାର ପୁରା ଭାଙ୍ଗି ପଡ଼ିଥିବା ବେଳେ ମୃତ ତିନି ଭଉଣୀଙ୍କର ଆଜି ଏକାଦଶାହ କାର୍ଯ୍ୟରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପହଁଚି ଏହି ଅସହାୟ ପରିବାରଙ୍କୁ ଧୈର୍ଯ୍ୟ ଓ ସମବେଦନା ଜଣାଇଥିଲେ । ଖୁବ ଶୀଘ୍ର ସରକାରଙ୍କ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ପରିବାରଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଗସ୍ତ ସମୟରେରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × five =