ଜିଲ୍ଲାପାଳ ଏବଂ ଏସପିଙ୍କ ସୂଚନା, ୮ ଟି ହଲରେ ହେବ ଭୋଟ୍‌ ଗଣିତ

0 98

ନୟାଗଡ଼: ନୟାଗଡ଼ ଜିଲ୍ଲା ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ଦିନ ଭୋଟ ଗଣତି ପାଇଁ ହୋଇଥିବା ସମ୍ପର୍କରେ ଜିଲ୍ଲାପାଳ ସ୍ୱଧାଦେବ ସିଂ ଓ ଏସପି ରାହୁଲ ଜୈନ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ନୟାଗଡ଼ ଜିଲ୍ଲାରେ ୪ ଟି ନିର୍ବାଚନ ମଣ୍ଡଳୀ ଏଥିମଧ୍ୟରୁ ଲୋକସଭା ମଣ୍ଡଳୀ ତଥା ପୁରୀ କଟକ ଏବଂ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କ ଭୋଟ ଗଣତି କରାଯିବ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଷ୍ଟ୍ରଙ୍ଗରୁମ ରହିଥିବାରୁ ସେଠାରେ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତି ହଲରେ ୧୪ ଟି ଟେବୁଲ ବ୍ୟବସ୍ଥା ହୋଇଛି । ଗୋଟିଏ ହଲରେ ବିଧାୟକ ଏବଂ ଆଉ ଗୋଟିଏ ହଲରେ ସାଂସଦ ପ୍ରାର୍ଥୀ ଙ୍କ ଭୋଟ ଗଣତି ହେବ । ଇଭିଏମ ଦ୍ୱାରା ଗ୍ରହଣ କରାଯାଇଥିବା ଭୋଟ ଏହି ହଲରେ ଗଣିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସାଂସଦ ପ୍ରାର୍ଥୀ ଙ୍କ ପାଇଁ ଆସିଥିବା ପୋଷ୍ଟାଲ ବାଲାଟ ଗୁଡିକ ସମ୍ପୃକ୍ତ ସଂସଦୀୟ କ୍ଷେତ୍ର ମୁଖ୍ୟ ଗଣିତ ସ୍ଥାନକୁ ପଠାଯିବାକୁ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ବିଧାୟକ ପାର୍ଥୀ ଙ୍କ ପାଇଁ ଆସିଥିବା ପୋଷ୍ଟାଲ ବାଲାଟ ଗଣିତ କରିବାକୁ ୪ ହଲରେ ୪ ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି କେନ୍ଦ୍ରକୁ ପରିଚୟ ପତ୍ର ପାଇଥିବା ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ ।

hiranchal ad1
Leave A Reply

Your email address will not be published.

one × one =