ବଲାଙ୍ଗିର ଜିଲ୍ଲା ପରିଦର୍ଶନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

0 124

ପାଟଣାଗଡ଼ : ବଲାଙ୍ଗିର ପରିଦର୍ଶନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ । ବଲାଙ୍ଗିର ଗସ୍ତର ପ୍ରଥମ ଦିନରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ବିଭିନ୍ନ ଦାବିକୁ ଗୁରୁତ୍ୱ ଦେଇ ସହାୟତା ରାଶି ଘୋଷଣା କରିଛନ୍ତି ଶ୍ରୀ ତ୍ରିପାଠୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରି ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ସହ ଯୁବ ଖେଳାଳିଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦେବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ତ୍ରିପାଠୀ ।

hiring


ଜବାହାରଲାଲ କଲେଜ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରି ଉକ୍ତ କଲେଜରେ ଏକ ମଲ୍ଟିପ୍ରୋପଜ୍‌ ହଲ୍‌ ନିର୍ମାଣ ପାଇଁ ୧ କୋଟି ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି । ରାଜେନ୍ଦ୍ର କଲେଜ ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଫ୍ଲୋଡ୍‌ ଲାଇଟ୍‌ ର ବ୍ୟବସ୍ଥା କରିବା ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଶ୍ରୀ ତ୍ରିପାଠୀ । ସେ ଘିକୁଣ୍ଡି ଗ୍ରାମର ଉଦ୍ୟେଗୀ ନମିତା ରାଉତ୍‌ଙ୍କ ୫୬ ଲକ୍ଷର ରାଉତ କୁକୁଡା ଫାର୍ମ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟେଗ ଯୋଜନାରେ ୧୯ ଲକ୍ଷର ସବସିଡି ଦ୍ୱାରା ସମସ୍ତ ଚାଷୀ ଲାଭବାନ ହେବେ ବୋଲି ଚାଷୀ ଚିନ୍ତାମଣି ରାଉତ ପ୍ରକାଶ କରିଥିଲେ । ଏହା ପରେ ପାଟଣାଗଡ ବ୍ୟାଡମିଣ୍ଟନ ଇଣ୍ଡୋର ଷ୍ଟାଡିୟମରେ ଖେଳାଳିଙ୍କ ସହ ଆଲୋଚନା କରିଥିଲେ । ସେ ଷ୍ଟାଡିୟମର ପରିପାର୍ଶିକ ବିକାଶ ନିମନ୍ତେ ୧୫ଲକ୍ଷ ଟଙ୍କାର ଘୋଷଣା କରିଥିଲେ । ଏହା ଦ୍ୱାରା ଯୁବ ଖେଳାଳି ମାନେ ଉପକୃତ ହେଇପାରିବେ । ପରେ ପାଟଣାଗଡ ବ୍ଲକର ରାମପୁରରେ ଯୁବ ଉଦ୍ୟେଗୀ ଜ୍ଞାନେନ୍ଦ୍ର ଜୈନଙ୍କ ଆଇସକ୍ରିମ ଫ୍ୟାକ୍ଟରୀ ବୁଲି ଦେଖିଥିଲେ । ଜିଲ୍ଲା ପ୍ରଶାସନ ସାହାଯ୍ୟରେ ସେ ଏହି ଉଦ୍ୟୋଗକୁ ସଠିକ ଚଳେଇବା ସହ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେଇପାରିଛନ୍ତି ବୋଲି ଶ୍ରୀ ତ୍ରିପାଠୀଙ୍କୁ ଜଣେଇଥିଲେ । ପଶ୍ଚିମ ଓଡିଶାର ମୁଖ୍ୟ ଶୈବପୀଠ ହରିଶଙ୍କର ବୁଲି ଦେଖିବା ସମୟରେ ପ୍ରବେଶ ପଥ, ପାର୍କିଂ, ଭିଉ ପଏଣ୍ଟ , ପାଚେରୀ ଆଦି ବୁଲି ଦେଖିବା ସହ କାମର ସମୀକ୍ଷା ମଧ୍ୟ କରିଥିଲେ । ଡିସେମ୍ବର ଶେଷ ସୁଦ୍ଧା ଏହି କାମ ସାରିବା ସହ ହରିଶଙ୍କର ଏବଂ ନୃସିଂହନାଥ ବିକାଶ ମୁଖ୍ୟମନ୍ତ୍ରୀଙ୍କର ସ୍ୱପ୍ନର ପ୍ରକଳ୍ପ ବୋଲି କହିଥିଲେ । ଏହାପରେ ସେ ଯୋଗୀମୁଣ୍ଡାର ଆଇଟିଆଇ ବୁଲିବା ସହ ୪ଟି ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପାଇପ, ଫିଟର, ଇଲେକ୍ଟ୍ରିସିଆନ, ପୋଷାକ ତିଆରିର ଛାତ୍ରଛାତ୍ରୀଙ୍କ ସହ ସ୍କିଲ ଇନ ଓଡିଶା ଦ୍ୱାରା ସେମାନେ ରୋଜଗାରକ୍ଷମ ହେବା ସହ ଭବିଷ୍ୟତ ଭଲ ବୋଲି କହିଥିଲେ । ପବିତ୍ର ହରିଶଙ୍କର ପୀଠ ପରିଦର୍ଶନ କରି ହରିଶଙ୍କର ପରିସରରେ ନିର୍ମାଣ ହେଉଥିବା ପ୍ରବେଶ ଦ୍ୱାର, ବ୍ୟାରେଜ୍‌ ଓ ସୁରକ୍ଷା ବନ୍ଧ, ପାର୍କିଂସ୍ଥଳୀ, ଭିୟୁ ପଏଣ୍ଟ, ବାଖ୍ୟା କେନ୍ଦ୍ର ଆଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ସହ ଡିସେମ୍ବର ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗିମୁଣ୍ଡା ଗ୍ରାମରେ ଥିବା ଆଇଟିଆଇ କଲେଜରେ ଛାତ୍ରଛାତ୍ରୀଙ୍କ ସାକ୍ଷାତ କରିବା ସହ ଜିଲ୍ଲା ମୁଖ୍ୟାଳୟରେ ଥିବା ପାଠାଗାରର ଉନ୍ନତିକରଣ ପାଇଁ ୪ ଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଯୋଗାଇ ଦିଆଯିବା ନେଇ ସେ ଘୋଷଣା କରିଛନ୍ତି ।
ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ୧୩୨ ଟି ସିସିଟିଭି କ୍ୟାମେରାର ତଦାରଖ କରିଥିଲେ । ପରିଦର୍ଶନରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣାଙ୍କ ସମେତ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ୍‌ କୁମାର ମିଶ୍ର ଓ ଅନ୍ୟାନ୍ୟ ବିଶେଷଜ୍ଞ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nine − seven =