ଭତ୍ତା ଟଙ୍କା ପାଇଁ ଆଈକୁ ପିଟି ପିଟି ମାରିଦେଲା ନାତି

0 317

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଭଳୁଖାଇରେ ଭତ୍ତା ଟଙ୍କା ପାଇଁ ଆଈକୁ ପିଟି ପିଟି ମାରିଦେଲା ନାତି । ଅଭିଯୁକ୍ତ ନାତିକୁ ଗାଁ ଲୋକେ ଗୋଡାଇ ଗୋଡାଇ ରାଜକୁ କାବୁ କରିଥିଲେ । ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ । ବେଲପଡା ଥାନା ପୁଲିସ୍‌ ଗାଁରେ ପହଞ୍ଚି ରାଜଙ୍କୁ ହେପାଜତକୁ ନେଇ ପଚରା ଉଚରା କରୁଛି ।
ରକ୍ତର ସମ୍ପର୍କ ଭୁଲିଗଲା ନାତି । ଭତ୍ତା ଟଙ୍କା ପାଇଁ ଜେଜେ ମାଆଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା । ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

hiranchal ad1
Leave A Reply

Your email address will not be published.

five × 2 =