ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

0 49

ଫୁଲବାଣୀ : କନ୍ଧମାଳ ଜିଲ୍ଲା କନ୍ଧମାଳ ଷ୍ଟାଡିୟମ୍ ଫୁଲବାଣୀ ଠାରେ ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫/୨୬ ଅନୁଷ୍ଠିତ ହୋଇଯାଇଅଛି। କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା, କୃଷି ଯନ୍ତ୍ରପାତି ମେଳା ସହିତରେ ମତ୍ସ୍ୟ ପ୍ରାଣୀସମ୍ପଦ ମେଳାର ଶୁଭ ଉଦଘାଟନ ହୋଇଅଛି। ପ୍ରଥମ ଦିନରେ ମାନ୍ୟବର ବିଧାୟକ ,ଫୁଲବାଣୀ ଉମାଚରଣ ମଲ୍ଲିକ ଙ୍କର କରକମଳରେ ପ୍ରଦର୍ଶନୀ ଷ୍ଟଲର ଉଦଘାଟନ ହୋଇଅଛି। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଙ୍କର ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଫୁଲବାଣୀ ବିଧାୟକ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡ ସନ୍ତୋଷ କୁମାର ପାଢ଼ୀ ମୁଖ୍ୟବକ୍ତା ଅଜିତ କୁମାର ପଟ୍ଟନାୟକ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି, ସିଡିଭିଓ ଡ ଭାଗବତ ଘୋଷ, ଡିଏଫଓ ବିଶ୍ବରଂଜନ ରଥ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦାନ ଦେଇଥିଲେ। ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ ଘୋଷ ସ୍ବାଗତ ଭାଷଣ ଦେବାବେଳେ ମତ୍ସ୍ୟ ଓ ପ୍ରାଣୀ ବିଭାଗର ଅଭିବୃଦ୍ଧି ପାଇଁ ବିଭିନ୍ନ ସରକାରୀ ଯୋଜନା ଓ ଏହାର ବିକାଶ , କାର୍ଯ୍ୟକାରିତା ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଦୁଇଦିନ ଧରି ସଫଳ ୮ ଜଣ ମତ୍ସ୍ୟ ଚାଷୀ ଓ ପ୍ରାଣୀ ପାଳକଙ୍କୁ ଆର୍ଥିକ ରାଶି, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ମେଳା ରେ ୧୦ ଟି ଜୀବନ୍ତ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ସହିତ ୨୫ ଗୋଟି ଅନ୍ୟାନ୍ୟ ବିଭାଗୀୟ ଷ୍ଟଲ ରହିଥିଲା। ସଭାର ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ ଜଗଦୀଶ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ପୁଣି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଯୋଗଦେଇଥିଲ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ରୁ ଦୁଇଦିନ ଧରି ୧୪୦୦ ଚାଷୀ ଯୋଗଦେଇଥିଲେ। କୃଷକ- ବୈଜ୍ଞାନିକ ମତ ବିନିମୟ ସାଙ୍ଗକୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନାର ସଚେତନତା ବାର୍ତ୍ତା ମଧ୍ୟ ପରିବେଷଣ କରାଯାଇଥିଲା। ସମ୍ପୂର୍ଣ ସଭା କାର୍ଯ୍ୟକୁ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜିକ ଡ ଅଳକା ପଟ୍ଟନାୟକ ପରିଚାଳନା କରିଥିଲେ।

hiranchal ad1
Leave A Reply

Your email address will not be published.

4 × three =