ଜଙ୍ଗଲରେ ମାଓ କ୍ୟାମ୍ପ ଠାବ; ଚକୋଲେଟ ବୋମା ଓ ବିସ୍ଫୋରକ ଗୁଣ୍ଡ ଜବତ

0 77

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନଙ୍ଗଲବୋଡ ସଂରକ୍ଷିତ ଜଙ୍ଗଲରେ ଏକ ମାଓକ୍ୟାମ୍ପ ଠାବ ହେବା ସହ ବିସ୍ଫୋରକ ଜବତ ହୋଇଥିବା ନୂଆପଡା ଅରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଏକ ପ୍ରେସ ଇସ୍ତାହାର ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଆଜି ଏକ ସମର୍ଥିତ ସୁତ୍ରରୁ ନୂଆପଡା ଅଧିକ୍ଷକ ଖବର ପାଇଥିଲେ କି ଓଡିଶା ଛତିଶଗଡ ସୀମାରେ ମାଓବାଦୀମାନେ ମେଳି କରିବା ସହ କିଛି ବଡ ଅଘଟଣ ଘଟାଇବାର ଯୋଜନା କରୁଛନ୍ତି । ଖବର ପାଇ ନୂଆପଡା ଅରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ଼ୀ ରାଘବେନ୍ଦ୍ର ତୁରନ୍ତ ନୂଆପଡା ଡିଭିଏଫ, ଏସଓଜି ସିଆରପିଏଫ ଜବାନଙ୍କ ଏକ ମିଳିତ ଦଳ ପ୍ରସ୍ତୁତ କରି ଉକ୍ତ ଅଂଚଳରେ କର୍ଡିଂ କରାଇଥିଲେ । ନକ୍ସଲ ମୁକାବିଲା କରିବାରେ ଅଭ୍ୟସ୍ତ ଯବାନ ମାନେ ନଙ୍ଗଲବୋଡ଼ ଜଙ୍ଗଲର ନିଘଞ୍ଚ ଅଂଚଳରେ କଲିଂ କରିବା ସମୟରେ ଆଜି ସକାଳ ୧୧ଟା ସମୟରେ ସିନାପାଲି ଥାନା ଅନ୍ତର୍ଗତ ନଙ୍ଗଲବୋଡ ପଞ୍ଚାୟତ ଜଙ୍ଗଲ ମଧ୍ୟସ୍ଥ ନଙ୍ଗଲଘାଟ ଗ୍ରାମ ନିକଟରେ ମାଓବାଦୀମାନଙ୍କ ଏକ କ୍ୟାମ୍ପକୁ ଠାବ କରିଥିଲେ । ସୂଚନାଥାଉକି ମାଓବାଦୀମାନେ ଜଙ୍ଗଲ ମଧ୍ୟରେ ଘୁରି ବୁଲୁଥିବା ବେଳେ ସବୁସମୟରେ ଅସବାସପତ୍ର ନେଇ ବୁଲିନପାରି କିଛି କିଛି ସ୍ଥାନରେ କ୍ୟାମ୍ପ କରି ଆବଶ୍ୟକୀୟ ଜିନିଷ ମହଜୁଦ ରଖନ୍ତି ଓ ସମୟ ସମୟରେ ସେଠାରେ ବିଶ୍ରାମ ମଧ୍ୟ ନିଅନ୍ତି ସେପରି ଏକ କ୍ୟାମ୍ପକୁ ଯବାନ ମାନେ ଠାବ କରିବାପରେ ସେଠାରେ ଖାନ ତଲାସି କରିଥିଲେ । ଖାନ ତଲାସୀରେ ସେଠାରୁ ୫କିଗ୍ରା ବିସ୍ଫୋରକ ଗୁଣ୍ଡ, କିଛି ଔଷଧ, ୩ ପ୍ୟାକେଟ ଲୁଣ, ୨ ପ୍ୟାକେଟ ହଳଦି ଗୁଣ୍ଡ, ଗୋଟିଏ ପ୍ୟାକେଟ କ୍ଷୀର ଗୁଣ୍ଡ, ୨୦ କିଗ୍ରା ଚାଉଳ, ୧୬ ପ୍ୟାକେଟ ଚା’ପତି, ୨୦ଟି ଚକୋଲେଟ ବୋମା, ୨ଟି ପ୍ଲାଷ୍ଟିକ କଟନର ଜବତ କରିଥିଲେ । ନୂଆପଡା ଡିଭିଏଫ ମୁଖ୍ୟ ଦେବାଶିଷ ରାଉତଙ୍କ କହିବା ମୁତାବକ ମାଓବାଦୀମାନେ ଏଠାରେ ସାମଗ୍ରୀ ରଖି ଜଙ୍ଗଲରେ ଘୁରି ବୁଲୁଥିଲେ କିନ୍ତୁ ଯବାନ ମାନଙ୍କ ଅସିବା ଖବର ପାଇ ଚାଲିଯାଇଥିଲେ । ଏଣୁ କୌଣସି ପ୍ରକାର ଗୁଳି ବିନିମୟ ହୋଇନାହିଁ । ତେବେ ନୂଆପଡା ଜିଲ୍ଲାର ପାଠଧରା ସୁନାବେଡା ଅଂଚଳରେ ମାଓ ଗତିବିଧି କମିଛି ସତ କିନ୍ତୁ ଏବେବି ସେମାନଙ୍କ ଉପସ୍ଥିତି ରହିଛି । ସମୟ ସମୟରେ ସେମାନେ କିଛି ନା କିଛି ଜରିଆରେ ସେମାନଙ୍କ ଉପସ୍ଥିତି ଜାହିର କରୁଛନ୍ତି ଗୁଇନ୍ଦା ସୂଚନା ମୁତାବକ ବର୍ତ୍ତମାନ ସମୟରେ ମାଓବାଦୀମାନେ ଓଡିଶା ସୀମା ମଧ୍ୟରେ ମେଳି କରି ଅବସ୍ଥାନ କରୁନାହାନ୍ତି କିନ୍ତୁ ଛତିଶଗଡରେ ରହି ସେମାନଙ୍କ ଚଳପ୍ରଚଳ ନୂଆପଡା ଜିଲ୍ଲାରେ ରହିଛି ।

hiranchal ad1
Leave A Reply

Your email address will not be published.

two × 1 =