ଶାଗୁଆନ କାଠ ସହ ଯନ୍ତ୍ରପାତି ଜବତ

0 86

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ସିଲେଟପାଣି ଗ୍ରାମର କାଠ କାରବାର ସ୍ଥଳୀ ଉପରେ ଉଭୟ ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗର ମିଳିତ ଚଢାଉ କରିଥିଲେ । ଏହି ଚଢାଉ ବେଳେ ବ୍ୟାପକ କାଠ ଜବତ୍‌ ହୋଇଥିବା ବେଳେ ଅନେକ ବିଦ୍ୟୁତ ଚାଳିତ ଯନ୍ତ୍ରପାତି ଜବତ ହୋଇଅଛି । ସିଲେଟପାଣି ଗାଁରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣା ସ୍ଥଲରୁ ଫେରାର ହୋଇଯାଇଅଛି । ମାଓବାଦୀ ପ୍ରବଣ ନୂଆପଡା ଜ଼ିଲ୍ଲାର ଅଭୟାରଣ୍ୟ ଭିତରେ ମାଓବାଦୀଙ୍କ ଗତିବିଧି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏଠାକୁ ବନବିଭାଗ ସର୍ଚ୍ଚ ଅପରେସନ ମଧ୍ୟ କମ୍‌ ହୋଇଛି, ଫଳରେ ଏହାର ସୁଯୋଗ ନେଇ କାଠ ମାଫିଆ ମାନେ ଜଙ୍ଗଳରୁ ମୂଲ୍ୟବାନ କାଠ ଚୋରା ଚାଲାଣ ବୃଦ୍ଧି ହୋଇଅଛି । ଅଭୟାରଣ୍ୟ ଭିତରେ ବିଭିନ୍ନ ଜାଗାରେ ସିଆରପିଏଫ କ୍ୟାମ୍ପ ସ୍ଥାପନ ପରେ ବନବିଭାଗ ସହ ବନ୍ୟ ପ୍ରାଣୀ ବିଭାଗର ଯାତାୟତ କରୁଥିବା ବେଳେ ଅଭୟାରଣ୍ୟ ତଟବର୍ତ୍ତୀ ଅଞ୍ଚଳ ସିଲେଟପାଣି ଗାଁରେ କାଠ ବେପାର କରୁଥିବା ଖବର ମିଳିଥିଲା । ଏହି ସୂଚନାକୁ ଭିତ୍ତି କରି ମିଳିତ ଚଢାଉ କରିଥିଲେ । କୋମନା ରେଞ୍ଜର ଦେବଦତ୍ତ ସୁତାର ଏବଂ ବନ୍ୟପ୍ରାଣୀ ବିଭାଗ ଏସିଏଫ ରଂଜିତ ବନଗୋଲାଙ୍କ ନେତୃତ୍ୱରେ ଚଢାଉ କରିଥିଲେ । ସ୍ୱରାଷ୍ଟ୍ର ଭୋଇ ଫେରାର ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 2 =