ଚନ୍ଦ୍ରଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

0 96

ପାରଳାଖେମୁଣ୍ଡି : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରି ପରିସରରେ ଚନ୍ଦ୍ରଗିରି ବନାଞ୍ଚଳ ସହଯୋଗରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ରଥ, ସୁଧାକର କଣ୍ଡଲୁ ତଥା ବନରକ୍ଷୀ ଅଧିକାରୀ ମାନେ, ଫ୍ରିଡ଼ମର କାର୍ଯ୍ୟକାରୀ ସଭାପତି ତ୍ରିନାଥ ବିଷୋୟୀରତ୍ନ, ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ, ବରିଷ୍ଠ ସହକାରୀ ଶିକ୍ଷକ ଭି. ଉମାକାନ୍ତ ଏବଂ ଜଗନ୍ନାଥ କୁମ୍ଭ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଯୋଗଦାନ କରିଥିଲେ । ଏଥିରେ ବିଦ୍ୟାଳୟର ୩୫୦ରୁ ଅଧିକ ଛାତ୍ରୀ ଯୋଗ ଦେଇଥିଲେ । ଅତିଥିମାନେ ତାଙ୍କର ବକ୍ତବ୍ୟରେ ଗୋଟିଏ ବୃକ୍ଷ ଗୋଟିଏ ସନ୍ତାନ ଏବଂ ପ୍ରଧାନ ଶିକ୍ଷକ କହିଥିଲେ ବୃକ୍ଷ ହିଁ ଠାକୁର । ଗୋଟିଏ ମନ୍ଦିର ତୋଳିବା ଯେତିକି ଧର୍ମ ପାଞ୍ଚଟି ବୃକ୍ଷ ବଡ କରିବା ସେତିକି ଧର୍ମ । ଗଛଟିଏ ଜୀବନଟିଏ, ଗଛ ନିଜେ ବଞ୍ଚିଲେ ଅନ୍ୟକୁ ବଞ୍ଚାଏ । ଜୀବ ଜଗତ ବଞ୍ଚି ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଲଜାନ ଗ୍ୟାସ ଗଛ ହିଁ ଦେଇଥାଏ । ଗଛକୁ ଆବଶ୍ୟକ ପଡୁଥିବା ୧୭ ପ୍ରକାର ଖାଦ୍ୟ ମଧ୍ୟରୁ ୩ ପ୍ରକାର ଖାଦ୍ୟ ଗଛ ନିଜେ ବାୟୁମଣ୍ଡଳରୁ ସଂଗ୍ରହ କରୁଥିବା ବେଳେ ୧୪ ପ୍ରକାର ଖାଦ୍ୟ ମାଟିରୁ ସଂଗ୍ରହ କରିଥାଏ । ଏହି ୧୪ ପ୍ରକାର ଖାଦ୍ୟକୁ ନିଜେ ଖାଇ ପ୍ରାଣୀ ଜଗତକୁ ଶାଗ, ଫୁଲ, ଫଳ ଓ କନ୍ଦା ଅକାରରେ ପ୍ରଦାନ କରିଥାଏ । ତେଣୁ ଗଛ ଲଗାନ୍ତୁ ଓ ଜୀବନ ବଞ୍ଚାନ୍ତୁ ବୋଲି କହିଥିଲେ । ଅନ୍ୟାନ୍ୟ ଅତିଥି ମାନେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀ ମାନେ ବୃକ୍ଷ ହିଁ ଜୀବନ ଏବଂ ପରିବେଶ ସୁରକ୍ଷା ଉପରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ଲଳିତ ମୋହନ ମିଶ୍ର ପରିଚାଳନା କରିଥିଲେ । ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

hiranchal ad1
Leave A Reply

Your email address will not be published.

14 + fifteen =