ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ ; ବନ୍ଧୁକ,ଗୁଳି,ବାରୁଦ ଜବତ

0 58

ବାଲିଗୁଡ଼ା: ଶିକାର କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଘଟଣାସ୍ଥଳରୁ ଗୋଟିଏ ଦେଶୀ ବନ୍ଧୁକ ସମେତ ୧୦ଟି ଅଫୁଟା ଗୁଳି,୧୨୦ ଗ୍ରାମ୍‌ ବାରୁଦ, ଦୁଇଟି ଦିଆସିଲି,ଦୁଇଟି ଟର୍ଚ୍ଚ ଲାଇଟ୍‌ ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବାଲିଗୁଡ଼ା ବନାଞ୍ଚଳର ପୁଷାଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ପୋଟ୍ରୋଲିଂ ଚାଲିଥିବା ବେଳେ ସେଠାରେ ଦୁଇଜଣ ଶିକାରୀ ବନ୍ୟଜନ୍ତୁ ଶିକାର କରୁଥିବା ଦେଖିବାକୁ ପାଇଥିଲେ ପେଟ୍ରୋଲିଂ ଟିମ୍‌ । କୌଶଳ କ୍ରମେ ଉଭୟ ଶିକାରୀଙ୍କୁ ଗରିଫ କରିବାରେ ସଫଳ ହୋଇଛି ବନ ବିଭାଗ । ଗିରଫ ଦୁଇଜଣ ଶିକାରୀ ପୁଷାଙ୍ଗିଆ ଅଞ୍ଚଳର ବଳରାମ ପୁଜାରୀ ଓ ସୁଦାମ ମଲ୍ଲିକ ହୋଇଥିବା ସୂଚନା ଦେଇଛନ୍ତି ଫରେଷ୍ଠର ପ୍ରଭାତ କୁମାର ଦୋରା ।

hiranchal ad1
Leave A Reply

Your email address will not be published.

5 × five =