ସୁବର୍ଣ୍ଣପୁର: ଆଜି ସକାଳୁ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ କରୁଥିବା ବେଳେ ଉଲୁଣ୍ଡା ବ୍ଲକ୍ ବିଶିପଡ଼ା ଠାରେ ଏକ ହୁଣ୍ଡାଇ କାରକୁ ସନ୍ଦେହରେ ଅଟକାଇଥିଲେ । ଅବକାରୀ ବିଭାଗର ଯାଞ୍ଚ ପରେ କାରରେ ୨୦.୫୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରୁ ଏକ କାରରେ ଅଭିଯୁକ୍ତ ଛତିଶଗଡ଼ର ରିଶବ ନିଶାଦ (୨୯ ) ବର୍ଷୀୟ ଯୁବକ ଏହି ଗଞ୍ଜେଇ ଚାଲାଣ କରୁଥିବା ବିଭାଗ ସୂଚନା ଦେଇଛି । ଏହି ଘଟଣାରେ ରିଶବକୁ ଗିରଫ କରିବା ସହ ଗଞ୍ଜେଇ ନେଇ ଯାଉଥିବା ବିଭିନ୍ନ ନମ୍ବର ପ୍ଲେଟ ଥିବା କାରକୁ ଅବକାରୀ ବିଭାଗ ଜବତ କରିଥିବା ବେଳେ ଆଜି ରିଶବକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଅବକାରୀ ଆରକ୍ଷୀ ଅଧିକ୍ଷିକା ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି ।