ବାଲିଗୁଡାରେ ପର୍ଯ୍ୟଟନ ବିଭାଗର ଟିମ

0 420

ବାଲିଗୁଡା : ପର୍ଯ୍ୟଟନ ବିଭାଗର ଦୁଇ ଜଣିଆ ଟିମ ବାଲିଗୁଡା ଗ୍ରସ୍ତରେ । ଏହି ଟିମରେ ପର୍ଯ୍ୟଟନ ବିଭାଗର ପ୍ରଣିକା ଛୋଟଉପାଧୟା ଓ ସ୍ନେହାଶିଶ ସରକାର ଆସିଛନ୍ତି । ଗତ କିଛିଦିନ ତଳେ ୫-ଟି ସଚିବ ଭିକେ ପାଣ୍ଡିଆନ ବାଲିଗୁଡାକୁ ଆସିଥିଲେ ,ଏଥିରେ ବିଭିନ୍ନ ସର୍ମ୍ପଦାୟ ତଥା ବାଲିଗୁଡା ଜନସାଧାରଣଙ୍କୁ ଭେଟିଥିଲେ । ବାଲିଗୁଡାର ବହୁ ସଂଗଠନ ତଥା ଦେବସ୍ଥଳର କର୍ମକର୍ତ୍ତାମାନେ ଭେଟି ଦେବସ୍ଥଳ ଓ ଅନ୍ୟ ଉନ୍ନତି କରିବା ପାଇଁ ଦରଖାସ୍ତ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟଟନ ବିଭାଗର ଟିମ ୫-ଟି ସଚିବଙ୍କ ନିର୍ଦ୍ଦେର୍ଶକ୍ରମେ ବାଲିଗୁଡା ଆସିଛନ୍ତି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ତଥା ପର୍ଯ୍ୟଟନସ୍ଥଳ ବାଲିଗୁଡା ବ୍ଲକ ଅର୍ନ୍ତଗତ ସଲାଗୁଡା ପଂଚାୟତର ସାପନାଳକୁ ବୁଲି ଦେଖିଥିଲେ । ଜଗନ୍ନାଥ ମନ୍ଦିରର କ’ଣ କ’ଣ ଆବଶ୍ୟକ ରହିଛି ତାହା ମନ୍ଦିର ଟ୍ରଷ୍ଟି ମାନଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ସାପନାଳର ବିକାଶ ନିମନ୍ତେ ମଧ୍ୟ ରୂପରେଖ ତିଆରି କରିଛନ୍ତି । ଏହି ଟିମ ସହ ବାଲିଗୁଡା ବିଡିଓ ଶଶାଙ୍କ ଶେଖର ପାତ୍ର, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଶାନ୍ତ କୁମାର ବେହେରା ଓ ସହକାରୀ ଯନ୍ତ୍ରୀ କେଦାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × five =