ଲଗାଣ ବର୍ଷାରେ ବେହାଲ କନ୍ଧମାଳ ଜିଲ୍ଲା,ଛୁଟି ଘୋଷଣା କଲେ ଜିଲ୍ଲାପାଳ

0 241

କନ୍ଧମାଳ: କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷା ଫଳରେ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ଷା ଜଳ ବେହାଲ କରିଦେଇଛି । ଗତ କାଲିଠାରୁ ଲଗାତାର ବର୍ଷା ହେବା ଫଳରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ସରକାରଙ୍କ ଉନ୍ନତି ପାଣ୍ଠିର ରାଶିରୁ ତିଆରି ହୋଇଥିବା ନିମ୍ନ ମାନର ରାସ୍ତା, ସ୍କୁଲ ପାଚେରୀ,ଗାର୍ଡ ୱାଲ, ନାଳ ,ପୋଲ, ବିଜୁ ସେତୁ ସମସ୍ତ କାର୍ଯ୍ୟ ଭାଂଗିଗଲାଣି ।ଏଥିରେ ଜେଇ ଠିକାଦାର ଓ ଅଧିକାରୀଙ୍କ ବେପାରୁଆ ମନ ଭାବ ଯୋଗୁ ଏହିପରି କନ୍ଧମାଳ ଜିଲ୍ଲାରେ ଅଧିକାଂଶ ନିର୍ମାଣ କାର୍ଯ୍ୟ ଭାଙ୍ଗିପଡିଛି । ଯାହାରି ଫଳରେ ଜନସାଧାରଣ ହେବା ସହିତ ଆଗାମୀ ନିର୍ବାଚନ ଉପରେ ଏହି କାର୍ଯ୍ୟର ପ୍ରଭାବ ପଡିବ । କିନ୍ତୁ ଜେଇ, ଠିକାଦାର, ଅଧିକାରୀମାନେ ଭୟ ନ କରି ଏହି ମାନେ କହୁଛନ୍ତି ୫ ଟି ସଚିବ ଆମ ହାତରେ ତେଣୁ ଆମର କିଛି ହେବ ନାହିଁ । କଥାରେ ଅଛି ହାତୀ ଚାଲୁଥିବା କୁକୁର ଭୁକୁଥିବ ଏହିପରି ଭାବନା ରହିଛି ।ତେଣୁ ଫୁଲବାଣୀ ସହରରେ ବିଭିନ୍ନ ୱାର୍ଡର ଡ୍ରେନ ଉପରେ ବର୍ଷା ଜଳ ଫୁଲ ହୋଇ ରାସ୍ତା ଉପରେ ଆଣ୍ଠୁଏ ପାଣି ଯିବା ଫଳରେ ସହରର ଅଧିକାଂଶ ଘରେ, ଦୋକାନ, ଅଫିସରେ ପାଣି ଭର୍ତ୍ତି ହୋଇଛି ।ଏହା ସହିତ ଯିବା ଆସିବାରେ ଜନସାଧାରଣ ମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖାଯାଇଛି ।ଏହି ଜଳକୁ କିପରି ନିଷ୍କାସନ କରାଯିବ ଜନସାଧାରଣଙ୍କୁ କିପରି ବର୍ଷା ଦାଉରୁ ରକ୍ଷା କରାଯିବ ଏହା ଜରୁରୀ କାଳୀନ ସାହାଯ୍ୟ ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।ଫୁଲବାଣୀ ସହରରେ ଅଧିକାଂଶ ଘର ମାଲିକମାନେ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡର ଲୋକମାନେ ଜୋର ଜବରଦସ୍ତ ଡ୍ରେନ୍‌,ନାଳ, ଶଙ୍ଖ ଉପରେ ଘର କରିଛନ୍ତି ।ପ୍ରଶାସନ ସବୁ ଜାଣି ନିରବ ରହିବା ଫଳରେ ଏହିପରି ପରିସ୍ଥିତି ହୋଇଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ସେହିପରି ଗ୍ରାମଠାରୁ ସହରରେ ନିର୍ମାଣ ହୋଇଥିବା ସରକାରଙ୍କ ଯୋଜନାକୁ କିପରି ବାଟମାରଣ କରି ଜେଇ, ଅଧିକାରୀ,ଠିକାଦାର ଲାଭ ହେବେ ତାହାକୁ ଦେଖି ଅଧିକାଂଶ କାର୍ଯ୍ୟ ଠିକ ଭାବରେ ଠିକ ସମୟରେ କରିନଥାନ୍ତି । ବର୍ଷା ଦିନେ ଏହିପରି ନିର୍ମାଣ କାର୍ଯ୍ୟ ଭାଙ୍ଗିଲେ ସରକାର ଅନ୍ୟ ଫଣ୍ଡରୁ କାର୍ଯ୍ୟ ଆସିବ ଏହିପରି ଚାଲାକି ଚତୁର ଭାବେ ନିର୍ମାଣ ବିଭାଗ ମାନେ କରିଥାନ୍ତି । କିନ୍ତୁ ମୋ ସରକାର,୫ ଟି ସଚିବ ଓ ଜିଲ୍ଲା ପ୍ରଶାସନ ଏହି ଅଧିକାରୀ,ଜେଇଙ୍କ ପ୍ରତି ଆଇନ,ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହି ପରି ନିମ୍ନମାନର ନିର୍ମାଣ କାର୍ଯ୍ୟ କରିବା ପାଇଁ ଭୟ ରହିବ । ଜିଲ୍ଲା ପ୍ରଶାସନର ଢ଼ିଲା ଓ ଅବହେଳା ଯୋଗୁଁ ଏପରି ସବୁ ବର୍ଷାଦିନେ ଜନ ସାଧାରଣ କଷ୍ଟ ଭୋଗିବାକୁ ପଡୁଛି ବୋଲି ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ଭଗବାନ ମହାନ୍ତି କହିଛନ୍ତି ।

hiring

ଅନ୍ୟପଟେ ଭୀଷଣ ବର୍ଷା ପାଇଁ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ, ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଥିବା ସୂଚନା ଦେଲେ ଜିଲ୍ଲାପାଳ । ଗତକାଲି ଦିନ ୨ ଟା ରୁ ଅବିଶ୍ରାନ୍ତ ବର୍ଷା ହେଉ ଥିବାରୁ ଛୁଟି ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ । ଜଳବନ୍ଦୀ ସମସ୍ୟା ଓ ତଳିଆ ଅଞ୍ଚଳ ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ସମସ୍ତ ବିଡିଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସ୍ଥିତି ଉପରେ ନଜର ରଖିବାକୁ ଚେଷ୍ଟା କରିବା ପାଇଁ ୧୨ ଟି ବ୍ଲକର ବାର ଜଣ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

16 − twelve =