ଭଲ ଖବର:ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସର୍ଗିପାଲି ଗାଁର ଭାନୁମତୀ ଛତ୍ରିଆ, କୁକୁଡା ଚାଷ କରି ପରିବାର ପୋଷୁଛନ୍ତି

0 121

ଖପ୍ରାଖୋଲ : ସରକାର ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଅନେକ ସମୟରେ ଜନସାଧାରଣଙ୍କ ଯୋଜନା ପ୍ରତି ଅନିଚ୍ଛା ତ ପୁଣି ସରକାରୀ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଅନେକ ସମୟରେ ଯୋଜନା ବିଫଳ ହେବା ସହ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିନଥାଏ । ହେଲେ ଯଦି ଜଣେ ସରକାରଙ୍କ ଯୋଜନାକୁ ଭଲ ବୁଝି ଆତ୍ମବିଶ୍ୱାସ ସହ ସାମିଲ ହୁଅନ୍ତି ତା ହେଲେ ଯୋଜନା ସଫଳ ହେବା ସହ ମହିଳା ବି ଆତ୍ମନିର୍ଭରଶୀଳ ହୋଇପାରିବେ । ତାର ଉଦାହରଣ ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ୍‌ ମହରାପଦର୍‌ ପଞ୍ଚାୟତ ସର୍ଗୀପାଲି ଗାଁର ଭାନୁମତୀ ଛତ୍ରିଆ । ପରିବାରରେ ଆଠ ପ୍ରାଣୀ କୁଟୁମ୍ବ ଥିବା ବେଳେ କରୋନା ଆଗରୁ ଦାଦନ ଯାଉଥିଲେ ତାଙ୍କ ପରିବାର । ହେଲେ କରୋନ ସମୟରେ ରୋଜଗାର ବନ୍ଦ ହେବା ସହ ପରିବାର ଦାରିଦ୍ର୍ୟ ସହ ଯୁଝୁଥିଲେ । ଏହି ସମୟ ସରକାରଙ୍କ ତରଫରୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସ୍ୱଳ୍ପ ମୁଲ୍ୟରେ ଘରେ କୁକୁଡ଼ା ଚାଷ ସଂପର୍କରେ ଏକ ତାଲିମ ପ୍ରଦାନ କରିଥିଲେ ।

hiring

ଏହି ତାଲିମରେ ଭାଗ ନେଇ ଘରେ କୁକୁଡ଼ା ଚାଷ ପାଇଁ ଇଚ୍ଛାପ୍ରକାଶ କରି ସ୍ଥାନୀୟ ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ସୁଜିତ କୁମାର ଶତପଥିଙ୍କୁ ଜଣାଇଥିଲେ । ଶତପଥିଙ୍କ ସହାୟତାରେ ଘର ଅଗଣାରେ କୁକୁଡ଼ା ଘର କରି ସରକାରୀ ସବସିଡି ସତୁରୀ ହଜାର ଟଙ୍କା ପାଇବା ସହ କୁକୁଡ଼ା ଚିଆ କିଣିବା ସହ ବ୍ରଏଲର କୁକୁଡ଼ା ପାଞ୍ଚଶହଟି କିଣି ଚାଷ କରିଥିଲେ । ନବେ ଦିନରେ କୁକୁଡ଼ା ଦୁଇ କେଜି ଲେଖାଏଁ ହେବା ସହ ପ୍ରାୟ ଷାଠିଏ ହଜାର ଲାଭ ପାଇଥିବା ଭାନୁମତୀ ପ୍ରକାଶ କରିଛନ୍ତି । ପ୍ରତିଥରକୁ ୬୦ ହଜାର ଟଙ୍କା ଲାଭ ହେବାରୁ କାହିଁକି ଦାଦନ ଯିବୁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ସତରେ ସରକାରୀ ସହାୟତା ଓ ଆତ୍ମ ବିଶ୍ୱାସ ଯେ ଜଣକୁ ଦାଦନରୁ ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ଭାନୁମତୀଙ୍କ ସଫଳତାରୁ ଜଣାପଡୁଛି । ଭାନୁମତୀ ସଫଳତା ଦେଖି ଗାଁର ଶ୍ରୀମତୀ ଛତ୍ରିଆ, ଲକ୍ଷ୍ମୀ ଛତ୍ରିଆ , ନେପୁର ବରିହା , ବାଘଝରଣ ଗାଁର ଧୁବଳେଶ୍ୱର୍‌ ସୁନା , ଦମନିମାଲ ଗାଁର ତୁଳସୀ ଦାସ , ଗାଁ ଭଟଲିର ନିରଞ୍ଜନ ବରିହା ମଧ୍ୟ ଏବେ ଏହି ସ୍ୱଳ୍ପ ଖର୍ଚ୍ଚରେ ଘର ଅଗଣାରେ କୁକୁଡ଼ା ଚାଷ ଆରମ୍ଭ କରିଥିବା ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ସୁଜିତ କୁମାର ଶତପଥି ପ୍ରକାଶ କରିବା ସହ ଆଗାମୀ ଦିନରେ ଦାଦନ ପରିବାର ଏଭଳି କୁକୁଡ଼ା ଚାଷ କରି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =