ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି

0 154

ପୁରୀ : ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ଚାଲିଥିବା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ହେବ ମରାମତି ଓ ଅନୁଧ୍ୟାନ । ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଗରୁଡ଼ସ୍ତମ୍ଭ ଉପରିଭାଗ ପିଲାରରେ ଥିବା ଫାଟ ଅନୁଧ୍ୟାନ କରାଯିବ । ପୂର୍ବରୁ ଲାଗିଥିବା କ୍ରାକ ମିଟର ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ସଂରକ୍ଷଣ ଓ ମରାମତି କରାଯିବ । ଏନେଇ ଆଜି ଏଏସଆଇ,ଶ୍ରୀମନ୍ଦିର କୋର କମିଟି ଓ ବୈଷୟିକ ଟିମ ଶ୍ରୀମନ୍ଦିର ଯାଇ ସ୍ଥିତି ଦେଖିଛନ୍ତି । ଏହି ସମୟରେ ସାଧାରଣତଃ ଶ୍ରୀମନ୍ଦିରରେ ଶ୍ରୀଜିଉ ନଥିବାରୁ ନୀତି ପ୍ରଭାବିତ ହୁଏନାହିଁ ଏବଂ ଭିଡ଼ ମଧ୍ୟ ନଥାଏ । ତେଣୁ ଏହି ସମୟରେ ହିଁ ଅନୁଧ୍ୟାନ ଓ ମରାମତି କରାଯିବ । ସେପଟେ ଗର୍ଭଗୃହରେ ଥିବା ଫାଙ୍କ ବା ଗାତ ସ୍ଥାନରେ ଜାଲି ସାହାଯ୍ୟରେ ବନ୍ଦ କରାଯିବ । ଯାହାଫଳରେ ମୁଶାଙ୍କ ଦୌରାତ୍ମ୍ୟ କମିବ । ଅନ୍ୟପଟରେ ସିଂହଦ୍ୱାର ହେବ ରୂପାଛାଉଣୀ । ମୁମ୍ବାଇର ଜଣେ ଦାତା ପ୍ରାୟ ୧ କୁଇଣ୍ଟାଲ ଚୌବନ କିଲୋ ରୁପା ଦାନ କରିଥିବାବେଳେ ଏଏସଆଇ ଅନୁମତି ଓ ପରିଚାଳନା କମିଟି ଅନୁମୋଦନ ମିଳିସାରିଛି । ଆଜି ପ୍ରାୟ ୫ କୁଇଣ୍ଟାଲ ଓଜନର ଷ୍ଟିଲ ଫ୍ରେମ ମଧ୍ୟ ଆସି ପହଁଚିଛି । ଏହି ଷ୍ଟିଲ ଡୋର ଫ୍ରେମ ଫିଟିଙ୍ଗ ପରେ ଏହାଉପରେ କାଠର ଫ୍ରେମ ଦିଆଯିବ ଏବଂ ତା ଉପରେ ରୂପା ଛାଉଣୀ ହେବ । ମୁମ୍ବାଇର ଗୋରେଗାଓଁରେ ଏହି ଷ୍ଟିଲ ଫ୍ରେମ ପ୍ରସ୍ତୁତ ହୋଇ ଆସିଛି । ତେବେ ପୁରୁଣା ସିଂହଦ୍ୱାର ଡୋରକୁ କଢାଯାଇ ତା ସ୍ଥାନରେ ଏକ ରେପ୍ଲିକା ଡୋର ଲଗାଯାଇ ନୀତି ସହ ଜଡିତ ସେବାୟତ ଓ କର୍ମଚାରୀ ମାନଙ୍କୁ ଛଡ଼ାଯାଉଛି । ପୁରା ଡୋରଟିକୁ ଲଗାଯିବା ପରେ ରେପ୍ଲିକା ଡୋରଟିକୁ କାଢି ନିଆଯିବ । ତେବେ ନୂଆ ଡୋରର ତଳଭାଗରେ ପାଣି ନଲାଗିବା ପାଇଁ ଡୋର ବୋଲଟ ସିଷ୍ଟମ ରଖାଯିବ । ପୂର୍ବରୁ ଭିତର ଆଠଟି ଦ୍ୱାର ରୁପାଛାଉଣୀ ସରିଥିବା ବେଳେ ସିଂହଦ୍ୱାର ବ୍ୟତୀତ ଅନ୍ୟ ଚାରି ପ୍ରବେଶ ଦ୍ୱାରକୁ ରୁପାଛାଉଣୀ ମଧ୍ୟ ଦାତାଙ୍କୁ ପ୍ରସ୍ତାବ ଦିଆଯାଇଛି । ସେପଟେ ମରାମତି ଚାଲିଥିବା ସମୟରେ ଉତ୍ତର ଦ୍ୱାର ଦେଇ ଭକ୍ତ ପ୍ରବେଶ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − fourteen =