ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଥିଲା। ଆଦର୍ଶ ବିଦ୍ୟାଳୟର ମାସିକ ରେଣ୍ଟକୁ ସରକାର ମୁକ୍ତ କରିଛନ୍ତି। ଆଉ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ହେବନାହିଁ। ଏଥିପାଇଁ ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଛାତ୍ରଛାତ୍ରୀ ପୂର୍ବରୁ ମାସିକ ୨ ହଜାର ଟଙ୍କା ରେଣ୍ଟ୍ ଦେଉଥିଲେ।

