ଡ୍ରାଇଭର ମହାସଂଘ ତରଫରୁ ଡ୍ରାଇଭର ଦିବସ ସହ ରକ୍ତ ଦାନ ଶିବିର ଆୟୋଜିତ

0 115

ସୁବର୍ଣ୍ଣପୁର: ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଆଜି ବଡ଼ଝିଙ୍କିଠାରେ ଥିବା ଡ୍ରାଇଭର ୟୁନିଅନ ଅଫିସଠାରେ ଡ୍ରାଇଭର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ଏକ ବଡ ପଟୁଆରରେ ଶହଶହ ଡ୍ରାଇଭର ମାଆ ସୁରେଶ୍ୱରୀ ମନ୍ଦିରରୁ ବାହାରି ବଡଝିଙ୍କି ସ୍ଥିତ ନୂତନ ଅଫିସକୁ ଶୋଭା ଯାତ୍ରାରେ ଆସିଥିଲେ ।ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩ଜଣ ମହିଳାଙ୍କ ସମେତ ସମୁଦାୟ ୪୬ ଜଣ ରକ୍ତଦାନ କରିଥିଲେ । ଏ ଅବସରରେ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ତରଫରୁ ଚକ୍ଷୁ ଚିକିତ୍ସା ଶିବିର ସମେତ କିୟୁରବକ୍ଷ ସଂସ୍ଥା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଏଡିଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇ ସଂଘର ନୀତି ଆଦର୍ଶ ଉପରେ ସଂସ୍କାର ଆଣିବାକୁ ଏବଂ ପ୍ରଥମେ ନିଜେ ନିଜକୁ ଫିଟ ଓ ସୁରକ୍ଷିତ ରଖି ସାଧାରଣ ଜନତାଙ୍କ ଜୀବନ ସୁରକ୍ଷା ପାଇଁ ଉତ୍ତମ ସେବା ଯୋଗାଇଦେବାକୁ ଓ ନିଜ ପ୍ରତି ଲୋକଙ୍କ ଆସ୍ଥାଭାଜନ ବୃଦ୍ଧି କରିବାକୁ ଅନେକ ଉପାଦେୟ ପରାମର୍ଶ ମାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ଡ୍ରାଇଭର ମହାସଂଘର ଉପ ସଭାପତି ଜ୍ୟୋତି ରଂଜନ ପଧାନ, ବ୍ଲକ ସଭାପତି ନରୋତ୍ତମ ନନ୍ଦ ପରିଚାଳନା କରିଥିବା ବେଳେ ଭରତ ଗଡ଼ିଆ, ବେଦବ୍ୟାସ କର୍ମୀ, ବିକାଶ ନାଏକ, ବଳରାମ ସିଂ, ହରିଶ ଠାକୁର ପ୍ରମୁଖ ଜିଲ୍ଲାର କର୍ମକର୍ତ୍ତା ସମେତ ବ୍ଲକର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସେନା କର୍ମଚାରୀ ପ୍ରାକ୍ତନ ସୁବେଦାର ଅଶ୍ୱିନୀ ହୋତା, ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ଆୟୋଜକ ତଥା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଦାତା ସଂଘ ସଭାପତି ମନୋଜ ପଣ୍ଡାଙ୍କ ତତ୍ୱାବଧାନରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

twelve + seven =