ଜୋର ଧରୁଛି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି

0 98

ପୁରୀ: ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ ଏବେ ଦିନକୁଦିନ ତେଜିବାରେ ଲାଗିଛି । ଗତକାଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଆଜି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ପୁରୀବାସୀଙ୍କ ପାଇଁ ଚାରିଦୁଆର ଯଥାଶୀଘ୍ର ଖୋଲିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମହେଶ୍ୱର କହିଛନ୍ତି କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଭକ୍ତ ତଥା ପୁରୀବାସୀଙ୍କ ପାଇଁ ଉନ୍ମୁକ୍ତ ରହିଥିବାରୁ ପ୍ରବଳ ଗହଳି ହେଉଛି । ସେଥିପାଇଁ ପୁରୀବାସୀଙ୍କ ପାଇଁ ଖୁବଶୀଘ୍ର ଚାରିଦୁଆର ଖୋଲିବାକୁ ମହେଶ୍ୱର କହିଛନ୍ତି । ଅନ୍ୟପଟେ ମହାପ୍ରସାଦ ପାଇବାକୁ ହେଲେ ପୁରୀବାସୀ ତଥା ଭକ୍ତ ଶ୍ରଦ୍ଧାଳୁ ଉତ୍ତରଦ୍ୱାର ସମ୍ମୁଖରେ ଘଣ୍ଟାଘଣ୍ଟା ଅପେକ୍ଷା କରି ଦଲାଲ ମାନଙ୍କର ଶୋଷଣର ଶିକାର ହେଉଛନ୍ତି । ତେଣୁ ମହାପ୍ରସାଦ ପାଇଁ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ସହ ପ୍ରାଥମିକତା ଭିତ୍ତିରେ ପୁରୀବାସୀଙ୍କ ପାଇଁ ଚାରିଦୁଆର ଖୋଲିବାକୁ ସାମ୍ବାଦିକ ସମ୍ମିଳନୀରେ ମହେଶ୍ୱର ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଆଜି ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗରେ ମଧ୍ୟ ପୁରୀ ବାର୍‌ ଆସୋସିଏସନରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ପୁରୀବାସୀ ଓ ସମସ୍ତ ସାଧାରଣ ଭକ୍ତଙ୍କ ପାଇଁ ଚାରିଦୁଆର ଖୋଲାଯିବା ସପକ୍ଷରେ ବାର୍‌ ଆସୋସିଏସନରେ ନିଷ୍ପତ୍ତି ନିଆଯାଇଛି । ସେପଟେ ଚାରିଦୁଆର ଖୋଲିବା ନେଇ ୧୦ ଜଣିଆ କମିଟି ଆସନ୍ତାକାଲି ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ପୁରୀ ବାର୍‌ ଆସୋସିଏସନର ସମ୍ପାଦ ବିଭୂତି ଭୂଷଣ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

13 − 6 =