ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଛାତ୍ରୀ ସମୀକ୍ଷା ପୁରସ୍କୃତ

0 186

ଫୁଲବାଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ସୁରଭି’ କୁଇଜ୍‌ କାର୍ଯ୍ୟକ୍ରମରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ଦ୍ୱିତୀୟ ସ୍ଥାନ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସୂଚନାଯୋଗ୍ୟ, ଜିଲ୍ଲା ସ୍ତରରେ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ପ୍ରଥମ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ଧମାଳ ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥିବା ସମୀକ୍ଷା ପ୍ରଧାନ ରାଜ୍ୟସ୍ତରରେ ଦ୍ୱିତୀୟ ପୁରସ୍କୃତ ହୋଇଛନ୍ତି । ସୂଚନାଯୋଗ୍ୟ, କ୍ଲଷ୍ଟର ସ୍ତରୀୟ, ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମିଲେଟ୍‌ ଓ କଳା ଉତ୍ସବର କୁଇଜ୍‌ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ । ଛାତ୍ରୀ ସମୀକ୍ଷାଙ୍କ ଏହି ସଫଳତା କଲେଜ ପାଇଁ ଗର୍ବର ବିଷୟ ବୋଲି ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ତନୁଜା ସିଂହ କହିଛନ୍ତି । ସମୀକ୍ଷାଙ୍କ ଏହି ସଫଳତାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନେ ଖୁସି ପ୍ରକାଶ କରିଛନ୍ତି । ଅନ୍ୟପଟେ, ସମୀକ୍ଷାଙ୍କ ଏହି ସଫଳତାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ ଖୁସି ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲା ପାଇଁ ଏହା ଖୁସିର ବିଷୟ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଷଡଙ୍ଗୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − eleven =