ପ୍ରେସ କ୍ଳବର ଷଷ୍ଠତମ ପ୍ରତିଷ୍ଠା ଦିବସ ଅବସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

0 97

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପ୍ରେସକ୍ଳବର ଷଷ୍ଠତମ ବାର୍ଷିକ ଉତ୍ସବ ଅବସରରେ ରବିବାର ଦିନ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ପରିସରରେ ପ୍ରେସ କ୍ଳବ ଆନୁକୂଲ୍ୟରେ ପଣ୍ଡାପାଲି ନେତ୍ର ଚିକିତ୍ସାଳୟ ଆୟୋଜନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଉପାନ୍ତ ଅଂଚଳର ପ୍ରାୟ ୭୦ରୋଗୀ ଆସି ଚକ୍ଷୁ ପରୀକ୍ଷା କରାଇଥିବା ସହିତ ମାଗଣା ଔଷଧ, ଚଷମା ଏବଂ ୨୨ ଜଣ ରୋଗୀଙ୍କୁ ପଣ୍ଡାପାଲି ନେତ୍ର ଚିକିତ୍ସାଳୟକୁ ଆଜି ଗାଡି ଯୋଗେ ଚକ୍ଷୁ ଅସ୍ତ୍ରପ୍ରଚାର ପାଇଁ ପଠାଯାଇଥିଲା । ପ୍ରେସ କ୍ଳବର ଏହି ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ଜୁଲାଇ ୨୬ରେ ତା’ର ବାର୍ଷିକ ଉତ୍ସବ ପାଳନ କରିଥିବା ବେଳେ ଅଗଷ୍ଟ ୪ତାରିଖ ରେ ରକ୍ତଦାନ ଶିବିର, ୧୧ତାରିଖ ରେ ସ୍ୱାବଲମ୍ବୀ ଭାରତ ସମ୍ପର୍କିତ କର୍ମଶାଳା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ଆଜି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଛି । ଉକ୍ତ ଶିବିରରେ କ୍ଳବର ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ସମରେଶ ମିଶ୍ର, ନରେନ୍ଦ୍ର ସାହୁ, ସୁକାନ୍ତ ପଟ୍ଟନାୟକ, ବିଭୁଦତ୍ତ ବୋଷ, ବାସୁଦେବ ସାହୁ, ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ, ଶ୍ରୀନିବାସ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ପଣ୍ଡାପାଲି ନେତ୍ର ଚିକିତ୍ସାଳୟରୁ ଡା. ବିଜନ କୁମାର ନାଏକ, ମହେଶ ବେହେରା, ହରିବୋଲ ପ୍ରଧାନ, ପ୍ରତ୍ୟୁଷ ରଞ୍ଜନ ଦାଶ, ଢଳେଶ୍ୱର ପ୍ରଧାନ, ଶ୍ରୀଦ୍ଧାର୍ଥ ଦାଶ ଓ ସତ୍ୟରଞ୍ଜନ ପ୍ରଧାନ ପ୍ରମୁଖ ଚକ୍ଷୁ ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଛତ୍ରଙ୍ଗ ସରପଞ୍ଚ ବିନୋଦିନୀ ପ୍ରଧାନ ଓ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଶୀଲ କୁମାର ପ୍ରଧାନ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − one =