ବୌଦ୍ଧ : ବୌଦ୍ଧ ଟିପିଏସଓଡିଏଲ ପକ୍ଷରୁ ବିନା ନୋଟିସରେ ଜୁନ ୩୦ତାରିଖ ଦିନ ୩ଜଣ କର୍ମଚାରୀଙ୍କୁ ବହିଷ୍କାର ଓ କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ପ୍ରଦାନରେ ଅବହେଳା, ଓଭର ଟାଇମ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନରେ ଟାଳ ଟୁଳୁ ନୀତି ଅବଲମ୍ବନ ପ୍ରତିବାଦରେ ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ବୌଦ୍ଧଡିଭିଜନ ପକ୍ଷରୁ ବୌଦ୍ଧ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଡିଭିଜନ ସମ୍ପାଦକ ପ୍ରତାପ ପ୍ରଧାନ, ଉପଦେଷ୍ଟା ଅବକାଶ ସାହୁ,ଅଜୟ କୁମାର ଗୌଡ଼ ଗୁପ୍ତେଶ୍ୱର ପ୍ରଧାନ, ସୁନୀଲ ପ୍ରଧାନ, ପୁରୁଷୋତ୍ତମ ଭଞ୍ଜ, ଆହ୍ଲାଦ ଦାସ, ସୀତାଂଶୁ ଶେଖର ବେହେରା, ଭାଗିରଥି ସେଠି, ଦେବାଶିଷ ପ୍ରଧାନ, ତାପସ ବଡ଼ମାଳୀ, ପ୍ରହ୍ଲାଦ ଜେନା, ସୁଧାଂଶୁ ଶେଖର କର୍ମୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଧାରଣାରେ ବସି ରହିଥିଲେ । ଅପରାହ୍ନ ୪ଘଟିକା ସମୟରେ ବିଜୁଳି ମେଣ୍ଟେନାନ୍ସ କମ୍ପାନୀ ଅମପେଲକୋ ଭଞ୍ଜନଗର ସର୍କଲହେଡ଼ ସନ୍ତୋଷ ସାହୁ, ଦଣ୍ଡପାଣି ମଳିକ, ଡିଭିଜନ ମୁଖ୍ୟ ବୁଦ୍ଧଦେବ ସାହୁ ପ୍ରମୁଖଙ୍କ ସହ ଆଲୋଚନା ପରେ ବହିଷ୍କୃତ କର୍ମଚାରୀଙ୍କୁ ମାସକ ମଧ୍ୟରେ ପୁନଃନିଯୁକ୍ତି ପ୍ରଦାନ ଓ ବକେୟା ଓଟି ପଇସା ତୁରନ୍ତ ପ୍ରଦାନ ସହ ସମସ୍ତ ସୁରକ୍ଷା ଉପକରଣ ତୁରନ୍ତ ପ୍ରଦାନ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ପ୍ରଦାନ ପରେ ସଂଧ୍ୟା ୬ଟା ସମୟରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।