ଜବାହାର ନବୋଦୟ ମେଧାବୃତ୍ତି ଜିଲ୍ଲା ଟପ୍ପର ହେଲେ ଶାଶ୍ୱତ୍‌ ପ୍ରେମ୍‌

0 133

ଦଶପଲ୍ଲା: ଚଳିତ ବର୍ଷର ଜବାହାର ନବୋଦୟ ମେଧାବୃତ୍ତି ଫଳାଫଳ ପ୍ରକାଶ ପାଇଛି । ଆଉ ଏହି ଫଳାଫଳ ତାଲିକାରେ ନୟାଗଡ଼ରେ ଜିଲ୍ଲାରେ ଦଶପଲ୍ଲାର ନାମ ଆଗରେ ରହିଛି । ନବୋଦୟ ମେଧାବୃତ୍ତି ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ନୟାଗଡ ଜିଲ୍ଲା ଟପ୍ପର ଭାବେ ସ୍ଥାନ ପାଇଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ର ଶ୍ରୀମାନ ଶାଶ୍ୱତପ୍ରେମ ସାହୁ । ଦଶପଲ୍ଲା କୁଞ୍ଜବନଗଡ଼ର କ୍ଷୁଦ୍ର ବ୍ୟବସାୟୀ ସୁଦର୍ଶନ ସାହୁ ଓ ମାତା ପଲ୍ଲବୀ ସାହୁଙ୍କ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ଶ୍ରୀମାନ ଶାଶ୍ୱତପ୍ରେମ । ଶାଶ୍ୱତ ଜିଲ୍ଲା ଟପ୍ପର ଭାବେ ସ୍ଥାନ ପାଇବା ପରେ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଶାଶ୍ୱତଙ୍କ ଏଭଳି ସଫଳତାକୁ ସେ ଶିକ୍ଷାଲାଭ କରୁଥିବା ଦଶପଲ୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମଧ୍ୟ ଉତ୍ସବ ମୁଖର ହୋଇଉଠିଛି । ସେହିପରି ଦଶପଲ୍ଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଆଉ ୩ ଛାତ୍ରଛାତ୍ରୀ ନବୋଦୟ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଛନ୍ତି । ଦଶପଲ୍ଲା ଅନ୍ଧାରକୋଟର ସୂର୍ଯ୍ୟମଣୀ ସାହୁଙ୍କ ପୁତ୍ର ସାଇଶଙ୍କେତ ସାହୁ , ରାଜଲକ୍ଷ୍ମୀ କଲୋନୀର ଅନାଦି ଦଳେଇଙ୍କ ପୁତ୍ର ବିଶ୍ୱଜିତ ଦଳେଇ, ପିଙ୍କିଛକ ସୁଶାନ୍ତ କୁମାର ମାଝିଙ୍କ କନ୍ୟା ସୁଶ୍ରୀ ଆଦ୍ୟାଶା ମାଝୀ ନବୋଦୟ ମେଧାବୃତ୍ତି ପରୀକ୍ଷା କୃତି ଅର୍ଜନ କରି ଶିକ୍ଷାନୁଷ୍ଠାନ ତଥା ଦଶପଲ୍ଲା ପାଇଁ ଗୌରବ ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାକୁ ନେଇ ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ମହାପାତ୍ର, ସମ୍ପାଦକ ରଶ୍ମିରଞ୍ଜନ ପ୍ରଧାନଙ୍କ ସମେତ ଗୁରୁଜୀ,ଗୁରୁମାମାନେ ଓ ଅଭିବାବକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

3 + 6 =