ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଶାଖା ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଉଟ୍ ସୋର୍ସିଂ କର୍ମଚାରୀ ଧାରଣାରେ ବସିଛନ୍ତି । ୧୨ଦଫା ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ଦେଇଥିବା ଜଣାପଡିଛି ।
ଆଜି ସୁବର୍ଣ୍ଣପୁର ଜିଲ୍ଲା ଓ ବ୍ଲକ ସ୍ତରରେ ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିବା ଠିକା କର୍ମଚାରୀଙ୍କୁ ଓଡିଶା ସରକାର ସ୍ଥାୟୀ ଭାବରେ ନିଯୁକ୍ତି ଦାବିରେ ସଂଘ ସଭାପତି ନରହରି ମହାପାତ୍ର ଓ ସମ୍ପାଦକ ବିକାଶ ସାହୁଙ୍କ ନେତୃତ୍ୱରେ ଓଡିଶା ସରକାରଙ୍କ ଅଧୀନରେ ଥିବା ପ୍ରାୟ ୩୦୦ଜଣ ଆଉଟ୍ ସୋର୍ସିଂ କର୍ମଚାରୀ ସୁରେଶ୍ୱରୀ ମନ୍ଦିର ଏକ ବିଶାଳ ରାଲିରେ ବାହାରି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ଦାବି କରି ନାରାବାଜି କରିବା ସହ ଧାରଣାରେ ବସିଥିଲେ । ଏହାକୁ ଟ୍ରେଡ ୟୁନିୟନ୍ ମଧ୍ୟ ସମର୍ଥନ କରିଥିବା ଗୋବିନ୍ଦ ମହାରଣା ଗଣମାଧ୍ୟମରେ ପ୍ରକାଶ କରିଥିଲେ । ଶେଷରେ ତ୍ରିଲୋଚନ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post