ରବି ଧାନ ମଣ୍ଡି ଉଦଘାଟନ

0 174

ସିନାପାଲି : ନୂଆପଡା ଜିଲ୍ଲାରେ ଆଜିଠାରୁ ରବି ଧାନ ବିକ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେ଼ନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡା ବ୍ଲକରେ ଆରମ୍ଭ ହୋଇନାହିଁ ।ଜିଲ୍ଳାରେ ମୋଟ ୨୬ ପେକ୍ସ ଅଧୀନରେ ୩୪ ଟି ମଣ୍ଡି ଖୋଲିବାକୁ ଥିବା ବେଳେ ୮୫୩୪ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ, ସେମାନଙ୍କ ମଧ୍ୟରୁ ୮୨୨୪ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାରେ ମୋଟ ଚାରି ଲକ୍ଷ ତେସ୍ତରୀ ହଜାର କ୍ୱିଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରହିଥିବା ସିଏସଓ କହିଛନ୍ତି ।
ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ରବି ଧାନ ବିକ୍ରୟ ପାଇଁ ମଣ୍ଡିର ଶୁଭାରମ୍ଭ କରାଯାଇଥିବା ବେଳେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରି ଚାଷୀମାନେ ଠିକ ସମୟରେ ଧାନ ବିକ୍ରି କରି ଠିକ ସମୟରେ ଟଙ୍କା ପାଇ ପାରିବେ ବୋଲି କହିଥିଲେ । ପେକ୍ସ ସଭାପତି ସତ୍ୟ ମୁଣ୍ଡ, ସମ୍ପାଦକ ଭାଗିରଥି ପଟେଲଙ୍କ ସମେତ ଚାଷୀ ମାନେ ଯୋଗଦେଇ ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ମଣ୍ଡିରେ ୩ଟି ଗ୍ରାମ ପଂଚାୟତ ଯଥା ଖୁଦପେଜ, ସାନ ମହେଶ୍ୱର ଓ ବର ଗାଁ ର ୯୬୩ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଥିବା ବେଳେ ୬୦ ହଜାର କ୍ୱିଣ୍ଟାଲ ଧାନ ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଛି । ଦରକାର ପଡ଼ିଲେ ଅଧିକ ଧାନ ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଆଜି ଦୁଇ ହଜାର କ୍ୱିଣ୍ଟାଲ ବିକ୍ରି ପାଇଁ ମାସ ଆସିଥିବା ବେଳେ ଜଣେ ମାତ୍ର ଚାଷୀ ୬୫ କ୍ୱିଣ୍ଟାଲ ଧାନ ଆଣିଛନ୍ତି । ବର ଗାଁ ପେକ୍ସ ଅଧୀନରେ ଏହି ମଣ୍ଡି ଚାଲୁଥିବା ବେଳେ ବଂସଲ ମିଲର୍ସ ଡୁମେର ବାହାଲ ଧାନ କିଣିବା ଅଧିକାର ପାଇଛନ୍ତି । ଅନ୍ୟ ପକ୍ଷରେ ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଧିକ ଜମି ଥିଲେ ସୁଦ୍ଧା ସେମାନଙ୍କୁ କମ ପରିମାଣ ବିକ୍ରି କରିବା ପାଇଁ ଆସିଛି । ଏନେଇ ନୂଆପଡା ସିଏସଓଜି ପ୍ରଭାକର ପାତ୍ରଙ୍କୁ ପଚାରିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । କାଳ ବୈଶାଖି କୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ସୁବିଧା ସୁଯୋଗ କରିବାକୁ ଚାଷୀ ମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × five =