ମିଳୁଥିବା ଭତ୍ତାରୁ ବଞ୍ଚିତ ହେଲେ ସୁଭ ନାୟକ

0 120

ଚମ୍ପୁଆ : ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ୬୦ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଲୋକ ସମେତ ଭିନ୍ନକ୍ଷମ, ବିଧବା ଓ ବିକଳାଙ୍ଗ ମାନଙ୍କୁ ମଧୂବାବୁ ପେନସନ ଯୋଜନାରେ ସାମିଲ କରିବା ସହିତ ଆର୍ଥକ ସହାୟତା ପ୍ରଦାନ କରାଯାଉଛି । ମାତ୍ର ରଜିଆ ପଂଚାୟତର ସୁଭ ନାୟକ କ୍ଷେତ୍ରରେ ଏହାର ବିପରିତ ପ୍ରତିବିମ୍ବ ଦେଖିବାକୁ ମିଳିଛି । ସରପଂଚ ସନ୍ତୋଷ ନାୟକ କହିବା ଅନୁସାରେ ବହୁ ହିତାଧିକାରୀଙ୍କ ଭତ୍ତା ବ୍ୟାଙ୍କକୁ ଯାଇଥିବା ବେଳେ ଅନେକ ଭତ୍ତା ପୋଷ୍ଟ ଅଫିସକୁ ଯାଇଛି । ମାତ୍ର କାହାର କେଉଁଠିକି ଯାଇଛି ତାହାର ସୂଚନା ପଂଚାୟତ କାର୍ଯ୍ୟାଳୟରେ ନାହିଁ । ଫଳରେ ହିତାଧିକାରୀମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସୁଭ ନାୟକ ପ୍ରଥମେ ପଂଚାୟତ ପରମୂହର୍ତ୍ତରେ ଉକ୍ତ ଭତ୍ତା ଅନଲାଇନ ହୋଇଯିବାରୁ ଚମ୍ପୁଆ ବ୍ୟାଙ୍କ ଅଫ ଇଣ୍ଡିଆରେ ତାହା ଏକାଉଣ୍ଟ ଜରିଆରେ ପ୍ରଦାନ କରାହୋଇ ଆସୁଥିଲା । ସୂଚନା ଅନୁସାରେ ସୁଭ ନାୟକ ଚଳିତ ବର୍ଷ ମାର୍ଚ୍ଚ, ଏପ୍ରିଲ, ମଇ ଓ ଜୁନ ମାସରେ ଭତ୍ତା ପାଇପାରିନାହାନ୍ତି । ଏ ନେଇ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ସେ ନିଜ ପଂଚାୟତଠାରୁ ୬ କିମି ଦୂର ଚମ୍ପୁଆରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆକୁ ଦୌଡି ଦୌଡି ନୟନ୍ତା ହେବା ସହ ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ଯାଇଥିଲେ । ସେଠାରେ ତାଙ୍କୁ ସଠିକ ଉତ୍ତର ମିଳି ପାରିନଥିବା ବେଳେ ଗତ ୨୦ ତାରିଖ ସେ ସରପଂଚ ସନ୍ତୋଷ ନାୟକଙ୍କ ଠାରେ ଫେରାଦ ହୋଇଥିଲେ । ଏହି ଘଟଣାକୁ ନେଇ ରଜିଆ ସରପଂଚ ସନ୍ତୋଷ ନାୟକ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଶିବାନୀ ମାରାଣ୍ଡିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଜଣାପଡିଲା କି ଆଧାର କାର୍ଡର ଭୁଲ ଯୋଗୁ ଉକ୍ତ ଅର୍ଥ ବିଶାଖା ନାଏକ ଖାତାକୁ ଚାଲିଯାଇଛି । ଏଠାରେ ପ୍ରଶ୍ନ ଉଠେ ଯେ ପୂର୍ବରୁ ସୁଭ ନାୟକ ଉକ୍ତ ବ୍ୟାଙ୍କର ଭତ୍ତା ଉଠାଉଥିବା ବେଳେ କିପରି ଅର୍ଥ ଅନ୍ୟ ଖାତାକୁ ଗଲା ଓ ଏହାର ସମାଧାନ ହୋଇ କେବେ ଚାବି ଖୋଲା ହୋଇ ନିୟମିତ ଭାବେ ଭତ୍ତା ପାଇବେ ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

9 + 15 =