ନୂଆପଡ଼ା ଜିଲ୍ଲାକୁ ମିଳିଲା “ଭୂମି ସମ୍ମାନ-୨୦୨୩’

0 158

ନୂଆପଡ଼ା :ନୂଆପଡ଼ା ଜିଲ୍ଲାରେ ଅନେକ ଗୁଡ଼ାଏ ଉନ୍ନୟନମୂଳକ କାର୍ଯ୍ୟ ସହ ସରକାରଙ୍କ ଜମି ରେକର୍ଡକୁ ଅତ୍ୟାଧୁନିକରଣ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ତେଣୁ ଆଜି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ଅବଦାନ ମନ୍ତ୍ରଣାଳୟ ତରଫରୁ ନୂଆପଡ଼ା ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନ- ୨୦୨୩ ସମ୍ମାନ ପ୍ରଦାନ କରିଛନ୍ତି । ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ନୂଆପଡ଼ା ଜିଲ୍ଲା ଜିଲ୍ଲାପାଳ ହେମକାନ୍ତ ସାଏ, ଖଡିଆଳ ତହସିଲଦାର ମଧୁସ୍ମିତା ପାତ୍ର ଏବଂ ନୂଆପଡ଼ା ଅତିରିକ୍ତ ତହସିଲଦାର ମହାମହିମ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ନୂଆପଡ଼ା ଜିଲ୍ଲା ପାଇ ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇଥିବା କାର୍ଯ୍ୟ ଓ ସଫଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ । ଜମିର ପଟାର କମ୍ପ୍ୟୁଟରୀକରଣ, ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ୱଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ, ରୁମ୍‌ ପରିଚାଳନା ଓ ଜମିଜମା କାଗଜପତ୍ରର ସ୍କାନିଂ ଏବଂ କମ୍ପ୍ୟୁଟରୀକରଣ, ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ମଧ୍ୟରେ ପ୍ରଶଂସିତ ଅଟେ ।

hiranchal ad1
Leave A Reply

Your email address will not be published.

two × three =